ମେଡିକାଲ କଲେଜ ପ୍ରତିଷ୍ଠା  ଦାବିରେ ଗଣଧାରଣା

0

09-08-18-JAYA.jpg - 51.30 kB 

(ଯାଜପୁରରୁ ସୁବାସ ଚନ୍ଦ୍ର ନାୟକଙ୍କ ସହିତ ବ୍ୟାସନଗରରୁ ବିଶ୍ୱଜିତ୍ ମାଝୀଙ୍କ ରିପୋର୍ଟ): ଯାଜପୁରରୋଡ୍ ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ  କଳିଙ୍ଗନଗର ଅତିିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା  ନେଇ ଗୁରୁବାର ଗଣଧାରଣା ଦିଆଯାଇଛି । ପାଣିକୋଇଲି ଯାଜପୁର ଜିଲ୍ଲାର କେନ୍ଦ୍ରବିନ୍ଦୁ କହିଲେ ଅତୁ୍ୟକ୍ତି ହେବ ନାହିଁ । ଏଠାରେ ମେଡିକାଲ କଲେଜ ଖୋଲିଲେ ଯାଜପୁର ସମେତକେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଲୋକମାନେ ବିଶେଷ ଉପକୃତ ହୋଇପାରିବେ । ଦୁଇଟି ରାଜପଥର ମିଳନସ୍ଥଳୀ ତଥା ଯାଜପୁରରୋଡ୍ରୁ ଏହାର ଦୂରତା ମାତ୍ର ୧୦ କିମି । ସଦର ମହକୁମା (ଯାଜପୁର) ମଧ୍ୟ ୨୨ରୁ ୨୫ କିମି  । ଅଧିକନ୍ତୁ ସୁକିନ୍ଦା, ଦାନଗଦୀ, ବଡ଼ଚଣା, ଧର୍ମଶାଳା, ବରୀ, ବିଞ୍ଝାରପୁର, ଯାଜପୁର ଓ ମଙ୍ଗଳପୁରକୁ ମଧ୍ୟସ୍ଥଳୀ ରେଳ ଓ ସଡ଼କ ପଥ ଦ୍ୱାରା ସଂଯୋଗ ହୋଇଥିବା ଏହି ସ୍ଥାନଟି ସ୍ପଳ୍ପ ସମୟ ଓ ଅଳ୍ପ ଖର୍ଚ୍ଚରେ ଜିଲ୍ଲା ତଥା ପଡେ଼ାଶୀ ଜିଲ୍ଲାଗୁଡ଼ିକ ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସୁବିଧାରେ ଉପଲବ୍ଧ ହୋଇପାରିବ । ତେଣୁ ଏହି ସୁବିଧାକୁ ଦୃଷ୍ଟିରେ ରଖି ଯାଜପୁରରୋଡ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା  ଦାବିରେ ଗଣଧାରଣା ଦିଆଯାଇଛି । ଏହି ଧାରଣାରେ ଚନ୍ଦ୍ରଶେଖର ପଣ୍ଡା, ଚିନ୍ମୟ ସ୍ୱରୂପ ପଣ୍ଡା, ବ୍ରଜେଶ୍ୱରୀ ସିଂ(ସ୍ୱାଇଁ), ବନ୍ଦିତା ପରିଡ଼ା, ଧ୍ରୁବଚରଣ କର, ଅଜୟ କୁମାର ବିଶ୍ୱାଳ, ପ୍ରଫୁଲ୍ଲ ନାୟକ, ସନ୍ତୋଷ ବେହେରା, ବିନାୟକ ସାହୁ, ଦାମୋଦର ପଣ୍ଡା, ଚନ୍ଦ୍ରମଣି ସାମଲ, ପ୍ରସନ୍ନ ସାମଲ, ଦିଲ୍ଲୀପ କୁମାର ମଲ୍ଲିକଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ ।

 

Leave A Reply

Your email address will not be published.