ପୋଡାପାଡ଼ି ପଞ୍ଚାୟତରେ ନବନିର୍ବାଚିତଙ୍କ ବିଜୟଯାତ୍ରା

0

କାଶୀପୁରରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ ରେ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡ ମେମ୍ବରଠୁ ଆରମ୍ଭ କରି ଜିଲ୍ଲାପରିଷଦ ଆସନ ହାତାଇ ଥିବାବେଳେ ଆଜି ପୋଡାପାଡ଼ି ପଞ୍ଚାୟତର 11ଟି ୱାର୍ଡରେ ଆଜି ଗୋଳିଗନ୍ଧିରେ ନବନିର୍ବାଚିତଙ୍କ ବିଜୟଯାତ୍ରା ଦେଖିବାକୁ ମିଳିଥିଲା | ଜିଲ୍ଲା ସଭାପତି ସରସ୍ବତୀ ମାଝୀ, ସରପଞ୍ଚ ଲୀଳାବତୀ ମାଣ୍ଡିଙ୍ଗା, ନାଏବ ସରପଞ୍ଚ ମଙ୍ଗଳ ଦାନ ନାଏକ, ସମିତି ସଭ୍ୟ ସାଇକ ମାଝୀ, ୱାର୍ଡ ମେମ୍ବର ଜଳ ମାଝୀ, ସବିତା କୁଲଦୀପ ଙ୍କ ସହ ନବ ନିର୍ବାଚିତ ପ୍ରାଥୀ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମ ପୋଡାପାଡ଼ିର ବରିଷ୍ଠ ନେତା ଆରତ ପାତ୍ର, ଦୟାନିଧି କଷଲା, ସୁବାଷ ବାଘ ଏବଂ ବ୍ଲକ ବିଜୁଯୁବ ଜନତା ଦଳ ଉପସଭାପତି ଚନ୍ଦ୍ରଶେଖର ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ସନ୍ତୁ ସ୍ୱାଇଁ, ଶିବଶଙ୍କର ବାଘ, ଗୌରୀ ନାଏକ, ସଂଜୀବ ବାଘ,ନିରାକାର ବାଘ, ପ୍ରଶ୍ନ କୁମ୍ଭାର ଏବଂ 1000ରୁ ଉର୍ଧ୍ଵ କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.