ଦୋଳ ପର୍ବ ଉପଲକ୍ଷେ ପାଲା ପରିବେଷଣ

0

ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନ ଗ୍ରାମପଂଚୟତର କଣମଣ ଗ୍ରାମରେ ଚାରିଦିନ ଧରି ଗ୍ରାମର ଗ୍ରାମଦେବତୀ ମା ସାତିମା ଙ୍କ ବିଜେସ୍ଥଳୀ ନିକଟରେ ଓ ସୁନ୍ଦର ସ୍ଥିତ ବରଡ଼ିହି, ସୁନ୍ଦର, କଣମଣ ,ଗୁଡିବଣୀ,ଗୋପାଳ ଭାଇ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା ଗୋଷ୍ଠରେ ମଧ୍ୟ ଦିନିକିଆପାଲା ସମାପନ ହୋଇଯାଇଅଛି । ସୁଦୂର କେନ୍ଦୁଝରର ଘଟଗାଁ ରୁ ଆସିଥିବା ଗାୟକ ଯାମିନୀ ମହାନ୍ତ ଓ ତାଙ୍କ ସାଥି ଗୟାଧର ବେହେରା,କୁମୁଦ ସାହୁ,ଶ୍ୟାମସୁନ୍ଦର ଵାରିକ,ରେବତୀ ସାହୁ ପ୍ରମୁଖ ପାଲା ପରିବେଷଣ କରି ଥିଲେ । ଏହିସବୁ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ଆଖ ପାଖ ଅଞ୍ଚଳର ବହୁ ପୁରୁଷ ,ମହିଳା ତଥା ସ୍ରୋତା ଉପସ୍ଥିତ ଥିବାବେଳେ କାର୍ଯ୍ୟକାମ ପରିଚାଳନା କରିଥିଲେ ବ୍ରହ୍ମାନନ୍ଦ ଦାସ, କ୍ଷେତ୍ରବାସୀ ବେହେରା, ବିଷ୍ଣୁ ଦାସ, ରମେଶ ବେହେରା,ମୋହନ ବେହେରା, ଅଭୟ ଦାସ, ପ୍ରମୁଖ। ଯାମିନୀ ଓ ତାଙ୍କ ଦଳ ଙ୍କର ପାଲା ପରିବେଷଣ ଅତ୍ୟନ୍ତ ଉଚ୍ଚ କୋଟିର ସହ ପୁରାଣ ବର୍ଣ୍ଣିତ ବିଭିନ୍ନ ତଥ୍ୟ ଉପରେ ଆଧାରିତ ଥିଲା ।

Leave A Reply

Your email address will not be published.