ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଗୋପବନ୍ଧୁ ସେବା ସଂଗଠନ

0

ଆଠମଲ୍ଲିକ/ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ପଂଚାୟତ ରାସୋସିଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (30) ଙ୍କର ଗତ 16/03/2022ରିଖ ବୁଧବାର ଦିନ କୌଣସି କାରଣ ବଶତଃ ନିଆଁ ଲାଗି ଘର ସହିତ ଅନେକ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି I ଖବର ପାଇ ଗୋପବନ୍ଧୁ ସେବା ସଂଗଠନ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ନେଇ କୃଷ୍ଣଚନ୍ଦ୍ରଙ୍କ ଘରେ ପହଂଚିଥିଲେ I ଅନୁଷ୍ଠାନ ପକ୍ଷରୁ ସଭାପତି ସଲିନ ମେଣ୍ଡୁଲି,ସମ୍ପାଦକ ସୌମ୍ୟ ରଞ୍ଜନ ଦନ୍ତା,କୋଷାଧ୍ୟକ୍ଷ ସତ୍ୟ ନାରାୟଣ ମହାଖୁଡ଼,ଅଭିରାମ ମେହେର, ସନ୍ତୋଷ ମେହେର, ଶ୍ରୀକାନ୍ତ ଗିରି, ନିରୂପଣ ସେଠି, ପ୍ରକାଶ ଗିରି,ସମାଜସେବୀ କଳାକାହ୍ନୁ ମିଶ୍ର, କମ୍ପଲା ସରପଞ୍ଚ ସୁଧୀର ସେଠି, ରଂଜିତ ବାରିକ,ଉମେଶ ମହାଖୁଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ ଦେଇଥିଲେ I

Leave A Reply

Your email address will not be published.