ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଶ୍ଵବ୍ୟାଙ୍କ ପ୍ରକଳ୍ପ ସହାୟତାରେ କର୍ମନିଯୁକ୍ତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅନୀଲ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଳ ବ୍ୟକ୍ତିତ୍ଵ ଭାବେ ଅଧ୍ୟାପକ ଜଗନ୍ନାଥ ପଣ୍ଡା , ଅଧ୍ୟାପକ ଶିବ ସୁନ୍ଦର ସୁଖ ବିନ୍ଦର ସିଂ, ଅଧ୍ୟାପିକା ସ୍ୱୟଂପ୍ରଭା ସାହୁ ଯୋଗ ଦେଇ ବିଭିନ୍ନ କର୍ମ ନିଯୁକ୍ତି ସଂପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରଣବାନନ୍ଦ ପାଟ୍ଟୋସୀ, ଡକ୍ଟର ମନୋରଞ୍ଜନ ପାଣିଗ୍ରାହୀ , ଅଧ୍ଯାପକ ସନ୍ତୋଷ କୁମାର ନନ୍ଦ , ରୀତା କୁମାରୀ ଶତପଥୀ , ଅସ୍ମିତା ସ୍ଵାଇଁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଓ ୧୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.