ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ ଭାବନା ସଭାଗୃହଠାରେ ପୌର ନିର୍ବାଚନ ଆଚରଣ ବିଧି ଓପ୍ରାର୍ଥୀଙ୍କ ଖର୍ଚ୍ଚ ସମ୍ବନ୍ଧୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ – ତଥା – ନିର୍ବାଚନ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ଜଗତସିଂହପୁର ପୌର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ୪ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୬୯ ଜଣ କାଉନସିଲର ପ୍ରାର୍ଥୀ ମାନେ ଏହି ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପୌରପରିଷଦ ଜଗତସିଂପୁର ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ନିର୍ବାଚନ ଆଚରଣ ବିଧି ଓ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଯେପରିକି ପ୍ରାର୍ଥୀ ମାନେ ନିର୍ବାଚନ ସମୟରେ ରାଜ୍ୟ ନିର୍ବାଚନ କମିଶନ,ଓଡ଼ିଶାଙ୍କ ଆଦେଶ ନାମାଙ୍କୁ ସଠିକ୍ ଭାବେ ପାଳନ କରିବେ ଅଧକ୍ଷ ଓ କାଉନସିଲର ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସର୍ବାଧିକ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନିମନ୍ତେ ଦୁଇ ଲକ୍ଷ ଟଙ୍କା ଓ କାଉନସିଲର ପ୍ରାର୍ଥୀଙ୍କ ନିମନ୍ତେ ପଚାଶ ହଜାର ଟଙ୍କା ଖର୍ଚ୍ଚ କରିବା ସହିତ ରାଜ୍ୟନିର୍ବାଚନ କମିଶନଙ୍କ ସମସ୍ତ ଆଚରଣ ବିଧି ନିୟମକୁ ସଠିକ୍ ଭାବେ ପାଳନ କରିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ – ତଥା – ଡି. ଏମ୍ .ଇ .ଟି, ଅର୍ଥ ଉପଦେଷ୍ଟା ଶ୍ରୀ ରୁଦ୍ର ନାରାୟଣ ଆଚାର୍ଯ୍ୟ ଉପସ୍ଥିତ ରହି ପାର୍ଥୀ ମାନଙ୍କ ସହିତ ଖର୍ଚ୍ଚ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ପାର୍ଥିମାନେ ଦୁଇ ଗୋଟି କର୍ଚ୍ଚ ରେଜିଷ୍ଟର ମେଣ୍ଟେନ୍ କରିବେ। ଗୋଟିଏ ରେଜିଷ୍ଟର ରେ ପ୍ରତିଦିନ ଖର୍ଚ୍ଚ ବିବରଣୀ ଉଲ୍ଲେଖ କରିବେ ଓ ଅନ୍ୟଟି ଆବଷ୍ଟ୍ରାକ୍ ରହିବ। ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ସମସ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚ ରେଜିଷ୍ଟର ଖର୍ଚ୍ଚ ପର୍ଯ୍ୟବେକ୍ଷଙ୍କ ଦ୍ଵାରା ତନଖି କରାଯିବ। ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post