ଜଗତସିଂହପୁର-//ସୁମନ୍ତ କୁମାର ଦାସ-ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀକୁ ଉଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲପଟ୍ଟୱାରୀ କହିଲେ ଗ୍ରାମାଚଂଳରେ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ତାଲିମ୍ ଦ୍ବାରା ଅଧିକ ରୋଜଗାରକ୍ଷମ କରିବା ପାଇଁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ସଂକଳ୍ପବଦ୍ଧ । ଓରମାସ ଏହି ଯୋଜନାକୁ ବ୍ୟାପକ ଓ ଗୁଣାତ୍ମକ କରି ରାଜ୍ୟ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ସମ୍ମିଳନୀରେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ସରୋଜକାନ୍ତ ମହାନ୍ତି କହିଲେ ଗ୍ରାମାଚଂଳର ଦରିଦ୍ର ଓ ଅବହେଳିତ ମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି କରିବା ସଂଗେ ସଂଗେ ସେମାନଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯାଇ କର୍ମ ନିଯୁକ୍ତି ଯୋଗାଇବାରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଅଛି । ପ୍ରାରମ୍ଭରେ ଓର୍ମାସ ଡେପୁଟୀ ସିଇଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ ଯୋଗଦେଇ କହିଲେ ଡିଡିୟୁ କିକେଓ୍ବାଇ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ବିଗତ ପାଂଚ ବର୍ଷରେ ୪୯୮୩ ଜଣ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ତନ୍ମଧ୍ୟରୁ ୨୧୦୮ ଜଣ ନିଯୁକ୍ତି ପାଇ ପାରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ୪୧୦ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ୧୧୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇପାରିଛି । ଜିଲ୍ଲାରେ ବାଳିକାମାନେ ଅଧିକ ସଂଖ୍ୟାରେ ବାହାର ରାଜ୍ୟରେ ନିଯୁକ୍ତି ପାଇ ନିଜକୁ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀମାନେ ଏହି ଯୋଜନାରେ ଅଧିକରୁ ଅଧିକ ତାଲିମ ନେଇ ନିଯୁକ୍ତି ଜରିଆରେ ନିଜର ପରିବାର ପ୍ରତିପୋଷଣ କରିପାରିବେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ଯୋଗଦେଇ ନିଜ ନିଜର ସଫଳ କାହାଣୀ ସଂପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମିଳନୀରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜୀବିକା ମିଶନ ସୌମ୍ୟରଂଜନ ବିଶ୍ୱାଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶିକ୍ଷଣ,ପ୍ରସନ୍ନ ମିଶ୍ର, ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରେମଶୀ ନାୟକ,ଶ୍ରୀ ପ୍ରଭାତ କୁମାର ଦାଶ, ବିଭିନ୍ନ ବ୍ଳକରୁ ଆସିଥିବା ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post