ନବନିର୍ବାଚିତ ଅଧ୍ୟକ୍ଷାଙ୍କର କାର୍ଯଭାର ଗ୍ରହଣ: ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

0

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଆଜି ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀମତୀ ସିଂ ପ୍ରଥମେ ସ୍ୱାମୀ ଗୌତମ ସିଂ ଙ୍କର ସହିତ ନୃସିଂହନାଥ ମନ୍ଦିର ପରିସରରେ ଥିବା ମାଁ ବିନ୍ଧ୍ୟାବାସୀନି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ମାଁ ଙ୍କର ଆଶୀର୍ବାଦ ଲାଭ କରିଥିଲେ । ଏହାପରେ ପାଇକମାଲ ପୁର୍ତ୍ତ ବିଭାଗ ବଙ୍ଗଳା ସମ୍ମୁଖ ରୁ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ବିଧାୟକ ନୋମିନି ଶ୍ରୀ ହୃଦାନନ୍ଦ ବାରିକ , ପୂର୍ବତନ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଶ୍ରୀ ରବି ନାରାୟଣ ସାହୁ ଓ ନବନିର୍ବାଚିତ ସମିତି ସଭ୍ୟ ସଭ୍ୟାଙ୍କର ସହିତ ବ୍ଲକ ଅଫିସକୁ ଯାଇଥିଲେ । ବ୍ଲକ ଅଫିସ ରେ ପାଇକମାଲ ବିଡ଼ିଓ ଦୀପାଞ୍ଜଳି ମାଝୀ , ଏବିଡ଼ିଓ ଶ୍ରୀ ଦେବାଶିଷ ସିହ୍ନା , ଓ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ମାନେ ଶ୍ରୀମତୀ ସିଂ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ତାଙ୍କ ଅଫିସ କୁ ପାଛୋଟି ନେଇଥିଲେ । ଏହାପରେ ପାଇକମାଲ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀମତୀ ସିଂ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହାପରେ ଶ୍ରୀମତୀ ସିଂ ବିଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ଆଗାମୀ ଦିନରେ ପାଇକମାଲ ବ୍ଲକରେ ହେଉଥିବା ସମସ୍ତ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ଠିକ ଭାବରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ସମସ୍ତ ଙ୍କର ସାହାଯ୍ୟ ସହଯୋଗ ଲୋଡିଥିଲେ ।

Leave A Reply

Your email address will not be published.