ମନ୍ତ୍ରୀ ଓ ବିଧାୟକ ଙ୍କୁ ଭେଟିଲେ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ

0

ବରଗଡ :-ବରଗଡ ଜିଲ୍ଲା ରେ ଗତକାଲି ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୁ ଜନତା ଦଳ ର ପ୍ରାର୍ଥିନୀ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ଆଜି ବରଗଡ ଜିଲ୍ଲା ବିଜୁଜନତା ଦଳ ର ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିଜେଡି କାର୍ଯ୍ୟାଳୟ କୁ ଆସି ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଆର୍ଶିର୍ବାଦ ଭିକ୍ଷା କରିଛନ୍ତି ।ଏ କ୍ରମର ଶ୍ରୀମାନ ବରିହା ବରଗଡ ଜିଲ୍ଲା କୁ ଆସୁଥିବା ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରାଧାନ୍ୟ ଦେବା ସହ ବିଜୁ ଜନତା ଦଳ କୁ ତୃଣମୂଳ ସ୍ତର ରୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ।
ସେହିଭଳି ଶ୍ରୀମତୀ ଭୋଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ମଧ୍ୟ ଭେଟି ତାଙ୍କ ନିକଟରୁ ଆଶୀର୍ବାଦ ଚାହିଁଥିଲେ ।

Leave A Reply

Your email address will not be published.