ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଗାବରା ତିରୁପତି ରାଓ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ୧୧ ଟି ଜିଲ୍ଲା ପରିଷଦ ବିଜୟ ହାସଲ କରିଥିଲେ। ଆଜି ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ କାଶୀନଗର ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସିଥିବା ଗାବରା ତିରୁପତି ରାଓ ନିର୍ଦ୍ବନ୍ଦ୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଗଜପତି ଜିଲ୍ଲାରେ ମୋଟ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୧ଟିରେ ବିଜେଡି ବିଜୟ ହାସଲ କରିଥିବା ବେଳେ ୨ଟି କଂଗ୍ରେସ ଓ ବିଜେପି ଗୋଟିଏ ରେ ବିଜୟ ହାସଲ କରିଥିଲା।

Leave A Reply

Your email address will not be published.