ବଲାଙ୍ଗୀର: ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚନ ଶେଷ ହୋଇଛି । ଏଥିରେ ବିଜେଡିର ଦେବକୀ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ରିବିବାର ସକାଳୁ ବଲାଙ୍ଗୀର DRDA ସମ୍ମିଳନୀ କକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ବଲାଙ୍ଗୀରର ୩୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି ୨୬ଟି ଜୋନରେ ବିଜୟୀ ହୋଇ ଅଧ୍ୟକ୍ଷା ପଦବୀ ଗଢିବାକୁ ଦାବି ରଖିଥିଲା ।ଅନେକ ଆଶାୟୀ ଥିବା ବେଳେ ସାଧାରଣରେ ଜିଲ୍ଲା ପରିଷଦ ଗୀତା ବିଧି, ଅନାମିକା ହୋତା ଓ ଦେବକୀ ସାହୁଙ୍କ ନାମ ନେଇ ଅଧିକ ଆଲୋଚନା ହେଉଥିଲା । ସବୁ ଆଲୋଚନାର ଅନ୍ତ ଘଟାଇ ଜୋନ୍ ନମ୍ୱର ୧ ଆଗଲପୁର ଜିଲ୍ଲା ପରିଷଦ ଦେବକୀ ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଦେବକୀ ସାହୁ ପୂର୍ବରୁ ରାଜନୀତିରେ ସକ୍ରିୟ ଭାରେ କାର୍ଯ୍ୟ କରି ଆସୁଛନ୍ତି । ସେ ଜଣେ ଦକ୍ଷା ସରପଞ୍ଚ ରହି ସାରିଛନ୍ତି । ଜଣେ ନେତ୍ରୀ ଭାବରେ ବେଶ୍ ପରିଚିତ । ଅଧିକ ଲୋକପ୍ରିୟ ହୋଇଥିବାରୁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇ ପାରିଥିବା ଚର୍ଚ୍ଚା ହେଉଛି ।ସେପଟେ ପାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଅଭିଜ୍ଞତା ତଥା ଲୋକଙ୍କ ସେବା ମନୋଭାବ ଥିବା ପାର୍ଥୀଙ୍କୁ ଗୁରୁତ୍ଵ ଦିଆଯାଇ ଅଧ୍ୟକ୍ଷା ବଛା ଯାଇଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଳିକେଶ ସିଂହଦେଓ, ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନି ସାହୁ ଓ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବକୀ ସାହୁ ।
Sign in
Sign in
Recover your password.
A password will be e-mailed to you.
Prev Post