ମନୋଜ ଭୋଇ ନିର୍ଦ୍ୱନ୍ଦ୍ୱରେ ହେଲେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ

0 2

ଜ଼ିଲ୍ଲାପରିଷଦ ସଭ୍ୟ ମାନେ ନେଲେ ଶପଥପାଠ

 ଜଗତସିଂହପୁର/ସୁମନ୍ତ କୁମାର ଦାସ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସାରିବାପରେ ଆଜି ୧୩ ତାରିଖ ରେ ଜଗତସିଂହପୁର ଜ଼ିଲ୍ଲା ର ୨୬ ଟି ଯୋନ ରେ ବିଜୟ ହାସଲ କରିଥିବା ଜ଼ୀଲ୍ଲାପରିଷଦ ମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିଲା। ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଙ୍କ ଉପସ୍ଥିତ ରେ ଵିଧି ବଧ ଭାବେ ଶପଥ ନେଇଥିଲେ | ଜଗତସିଂହପୁର ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ମନୋଜ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ| ଏଥିରେ ଜଗତସିଂହପୁର ବ୍ଲକ ୧ ନମ୍ବର ଜୋନ ର ଚିତ୍ତ ରଞ୍ଜନ ରାଉଳ, କନକ ସ୍ୱାଇଁ, ମନୋଜ ଭୋଇ, ବିବେକାନନ୍ଦ ବେହେରା, ତିର୍ତ୍ତୋଲ ର ରଞ୍ଜିତା ସିଂ, ସୁଜାତା ମହାନ୍ତି, ସୁନୀଲ ବେହେରା, ଗଙ୍ଗାଧର ବିଶ୍ୱାଳ, ରଘୁନାଥପୁର ଇତଶ୍ରୀ ମଲ୍ଲିକ, ରୀନାରାଣୀ ମଲ୍ଲିକ ବିରିଡିର ଦୀପ୍ତି ମୟୀ ରାୟ, ଚନ୍ଦ୍ର ଶେଖର ଦାସ, ବାଲିକୁଦାର ଡଲି ପଣ୍ଡା, ଜଟାଧାରୀ ଦାସ, ରୁନିଲତା ବେହେରା, ତଟିନା ସ୍ୱାଇଁ, ନାଉଗାଁର ଅମିତା ସ୍ୱାଇଁ, ମମତା ପରିଡା, କୁଜଙ୍ଗ ର ପ୍ରମୋଦ ଚରଣ ସ୍ୱାଇଁ, ରବି ନାରାୟଣ ସାହୁ,ପୁଷ୍ପ ଲତା ବେହେରା, କନକ ପ୍ରଭା ବେହେରା, ଏରସମା ର ପ୍ରଣବ ସ୍ୱାଇଁ, ରାଣୀ ଟୁଡୁ, ପୀତବାସ ଗୋଛାୟତ, ପିନାକୀ ନାରାୟଣ ଦାସ ପ୍ରମୁଖ ଶପଥ ଗ୍ରହଣ ନେଇଥିଲେ | ସମସ୍ତ ଜ଼ିଲ୍ଲାପରିଷଦ ସଭ୍ୟ /ସଭ୍ୟା ମାନେ ଜ଼ିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜଳସେଚନ ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଙ୍କୁ କୃତଜ୍ଞତା ଜଣାଇଥିଲେ |

Leave A Reply

Your email address will not be published.