କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ତଥା ଯୁବ କର୍ମକର୍ତା ବୈଠକ

0

08-08-18-c0ngres.jpg - 142.83 kB

କନ୍ଧମାଳ : କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକାରିଣୀ କମିଟି ତଥା ଯୁବ କର୍ମକର୍ତା ବୈଠକରେ  ପ୍ରଦେଶ ଯୁବ  କଂଗ୍ରେସ ସଭାପତି ଲୋକନାଥ  ମହାରଥି ଯୋଗ ଦେଇ ଯୁବ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି | କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ନବୀନ ସରକାର କେମିତି ଯୁବକମାନଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି ସେ ବିଷୟରେ କହିବା ସହ କେବଳ କଂଗ୍ରେସ ହିଁ ଯୁବକମାନଙ୍କ ଭବିଷ୍ୟତ ଗଢ଼ିପାରିବ ବୋଲି କହିଥିଲେ |  ଏଥିରେ  ଅଖିଳ ଭାରତ  ଯୁବ  କଂଗ୍ରେସ ସମ୍ପାଦକ ପୁର୍ଣଚନ୍ଦ୍ର ପାଢ଼ୀ,  ଯୁବ  କଂଗ୍ରେସ ସଭାପତି  କନ୍ଧମାଳ ନନ୍ଦ  କିଶୋର  ଦାଶ,   ପ୍ରଦେଶ ଯୁବ  କଂଗ୍ରେସ ସମ୍ପାଦକ କମଲ  ଚରଣ  ତାଣ୍ଡି,  ଘୁ.ଉଦୟଗିରି  ଆସେମ୍ବ୍ଲି ଯୁବ କଂଗ୍ରେସ ସଭାପତି ଗଗନ  କୁମାର  ପ୍ରଧାନ ,ଭଞ୍ଜନଗର  ଆସେମ୍ବ୍ଲି ଯୁବ କଂଗ୍ରେସ ସଭାପତି  ସଂଜୟ  ପ୍ରଧାନ ,ଯୁବ କଂଗ୍ରେସ ସାଧାରଣ ସମ୍ପାଦକ  କନ୍ଧମାଳ  ଅଭିଷେକ  ଦଳବେହେରା , ଯୁବ ନେତ୍ରୀ ଅଞ୍ଜୁମ  ଅହମଦ   ,ସିମଲା  ପାଦରା, ରାଜ୍ୟବାଳା ସିଂ,  ,ବାଲିଗୁଡା  ଆସେମ୍ବ୍ଲି  ସଭାପତି  ମହମ୍ମଦ  ସବୀର ପ୍ରମୁଖ ଉଦ୍ବୋଧନ ଦେଇଛନ୍ତି | 

Leave A Reply

Your email address will not be published.