ଉମରକୋଟ/ଜିତେନ୍ଦ୍ର ମହାନ୍ତି- ଉମରକୋଟ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ନେହୁରା ସମିତି ସଭ୍ଯା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶିଳା ମାଝୀ। ବ୍ଲକ୍ ଅଧ୍ୟକ୍ଷା ପାଇଁ ହୋଇଥିବା ନିର୍ବାଚନରେ ଆଜି ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ସୁଶିଳା ମାଝୀ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ମଞ୍ଜୁ ପରଜା ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ମୋଟ ୨୬ ଆସନ ବିଶିଷ୍ଟ ଉମରକୋଟ ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ସୁଶିଳା ମାଝୀ ୧୭ ଖଣ୍ଡ ଭୋଟ ପାଇ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ଵନ୍ଦୀ ମଞ୍ଜୁ ପରଜା ୮ ଖଣ୍ଡ ଭୋଟ ପାଇଥିଲେ ଏବଂ ଗୋଟିଏ ଭୋଟ ଖାରଜ ହୋଇଯାଇଥିଲା। ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ସୁଶିଳାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଇଁବାରେ ଲାଗିଥିବା ବେଳେ ଉମରକୋଟରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।୨୦୧୭ ଠାରୁ ବିଜେଡି ର ଲାଇବାନ ଭକ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post