ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ପଂଚାୟତ ସମିତି ନିର୍ବାଚନ ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା | ଜଗତସିଂହପୁର ପଞ୍ଚାୟତ ସମିତିର ୨୩ ଜଣ ସମିତି ସଭ୍ୟ ମାନେ ଓ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ସହ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସାରି ଆଜି ଜଗତସିଂହପୁର ପଞ୍ଚାୟତ ସମିତିରେ ପହଂଚି ଥିଲେ l ତହସିଲଦାର ଅଞ୍ଜଳି ତରାଇ ନିର୍ବାଚନ କାର୍ଯ୍ୟ ପରିଚାଳନ କରିଥିଲେ l ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ପାଇଁ ଶ୍ରୀମତୀ କନକପ୍ରଭା ଲେଙ୍କା ନାମାଙ୍କନ ପତ୍ର ଦାଖଲ କରିଥିଲେ l କନକ ପ୍ରଭା ଲେଙ୍କାଙ୍କ ବ୍ୟତୀତ ଅନ୍ୟ କୌଣସି ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିନଥଲେ l ତେଣୁ କନକ ପ୍ରଭା ଲେଙ୍କା ନିର୍ଦ୍ବନ୍ଦ୍ବରେ ହୋଇଥିବାନେଇ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ l ଏହି ଅବସରରେ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ଭୋଇ ନିର୍ବାଚିତ ସମିତି ପ୍ରାଥୀ ଦୀପ୍ତି ରଞ୍ଜନ ବେହେରାଙ୍କ ସହ ସମିତି ସଭ୍ୟସଭ୍ୟା, ଜଗତସିଂହପୁର ଯୁବ ବିଜେଡି ସଭାପତି ସମ୍ବିତ କୁମାର ମହାନ୍ତି, ଓଡିଶୋ ପଞ୍ଚାୟତ ବିଜେଡି ସଭାପତି ସୁବାଷ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ l ବିଜୟୀ ଅଧ୍ୟକ୍ଷା ଜଗତସିଂହପୁର ପଞ୍ଚାୟତ ସମିତିର ସମସ୍ତ ସଭ୍ୟ ଓ ସମସ୍ତ ଜଣ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
