ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବାଂଲାଦେଶର ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ୍ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୋଆର ପ୍ରୋଚାନସେଲର ପ୍ରଫେସର ଅମିତ ବାନାର୍ଜି ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରଫେସର ବାନାର୍ଜି ଭାରତ – ବାଂଲାଦେଶ ମଧ୍ୟରେ ଥିବା ସୁସମ୍ପର୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୋଆର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ପ୍ରଫେସର ବାନାର୍ଜି ।
ଏହି କାର୍ଯ୍ୟକ୍ରମରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସରିନ୍ ଅଖତର କହିଥିଲେ ଯେ, ଯେଉଁ ଦିନ ଏକ ସଶକ୍ତ ନାରୀ ପୁରୁଷର ସମକକ୍ଷ ହୋଇ ସମାଜର ବିକାଶରେ ଭାଗୀଦାର ହୋଇପାରିବ ସେହି ଦିନ ହିଁ ଲିଙ୍ଗଗତ ସମାନତା ହାସଲ ହୋଇପାରିବ ।
ଏହି ଅବସରରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳ ସଚିବ ପ୍ରଫେସର ଏସ୍.ଏମ୍. ମନିରୁଲ୍ ହାସନ୍ଭା ରତୀୟ ଜ୍ଞାନ ପରଂପରାରେ ସୋଆର ଭୂମିକାକୁ ପ୍ରଂଶସା କରିବା ସହିତ ଆଗାମୀ ଦିନରେ ସୋଆ ଓ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ ନେଇ ଏକ ବୁଝାମଣା ହେବାର ସମ୍ଭାବନା ଥିବାର ସୂଚନା ଦେଇଥିଲେ ।
ଏହି ଅବସରରେ ପ୍ରଫେସର ବାନାର୍ଜୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୋଆର ଆନ୍ତର୍ଜାତିକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା । ପ୍ରଫେସର ଶର୍ମା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଏକ ବଙ୍ଗଳା କବିତାରୁ ଉଦ୍ଧୃତ କରି ନାରୀ କିଭଳି ବିଧାତା ଓ ପୁରୁଷର କଳ୍ପନା ମିଶ୍ରିତ ଏକ ଅପରୂପ ସୃଜନ ବୋଲି ବକ୍ତବ୍ୟ ରଖିଥିଲେ । ବାଂଲାଦେଶ ଗସ୍ତ ସମୟରେ ପ୍ରଫେସର ବାନାର୍ଜି ଓ ପ୍ରଫେସର ଶର୍ମା ଢାକା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଖତାରୁଜ୍ଜ ଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ଅବସରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପ୍ରଫେସର ଶର୍ମା ୨୦୦୫ ମାଗସେସେ ବିଜେତା ବାଂଲାଦେଶର ସର୍ବବୃହତ ସମ୍ବାଦପତ୍ର “ପ୍ରୋଥମ ଆଲୋ”ରସଂପାଦକ ଅତିଉର ରହମାନଙ୍କୁ ଭେଟି ସୋଆ ପରିଦର୍ଶନରେ ଆସିବା ନିମନ୍ତେ ନିମନ୍ତ୍ରଣ କରିଥିଲେ । ସେହି ଦିନ ସଂଧ୍ୟ୍ୟାରେ ଅନୁଷ୍ଠିତ ୱେବିନାର ନିମନ୍ତେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସରିନ ଅଖତାର, ବାଂଲାଦେଶ ସ୍ତ୍ରୀରୋଗ ବିଶେଷଜ୍ଞ ସମିତି, ଚଟ୍ଟୋଗ୍ରାମ ଶାଖାର ସଭାପତି ପ୍ରଫେସର (ଡାକ୍ତର) ରୋସନ ମାରେସେଦ ସେମାନଙ୍କର ବିଶେଷ ଭିଡିଓ ବାର୍ତା ପ୍ରଦାନ କରିଥିଲେ । ଏହି ୱେବିନାର୍ରେ ସୋଆ ଏନଏସଏସର ମହିଳା ପ୍ରୋଗ୍ରାମ ଅଫିସର ଡ.ଶାନ୍ତିଲତା ଚମ୍ଫତି, ଡ. ଅବନ୍ତୀ ପ୍ରଧାନ, ଡ.ବିନୀତା ନନ୍ଦ, ଶ୍ରୀମତି ମଉ ରଏ, ଶ୍ରୀମତି ସୁକୀର୍ତି ମହାନ୍ତି, ଶ୍ରୀମତି ମଧୁସ୍ମିତା ନାଏକ ଏବଂ ଆନ୍ତଜାର୍ତିକ ଛାତ୍ରୀ ଇଥିଓପିଆର ସେଗନେଟ, ଭୁଟାନର ସୋନମ ୱାଙ୍ଗମୋ, ସିରିୟାର ରାହାଫ ଆଲୋମର, ନେପାଳ ର ଜଏନାବ ଏମ ଇରାକୀ, ଉଗାଣ୍ଡାର ନାକାଟୋ ଜୋସେଫାଇନ ବୁକରୱେ, ଘାନାର ଫେଲିସିଟି ଆଟୋର୍ସା ଓ ବାଂଲାଦେଶ ର ପ୍ରିୟା ଘୋଷ ଓ ଭାରତର ସୁଧନ୍ୟା ବିଶ୍ୱ ମହିଳା ଦିବସ ଅବସରରେ ସେମାନଙ୍କ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ।
ୱେବିନାରର ସଂଯୋଜନା ସେ।।ଆ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ଶର୍ମା କରିଥିଲେ ଏବଂ ଏଥିରେ ତାଙ୍କୁ ଆଉଟରିଚ ସେଲର ପ୍ରତୀକ ଦାସ ଓ ରାଜଶେଖର ବେହେରା ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ ଏନଏସଏସ ର ପ୍ରୋଗ୍ରାମ ଅଫିସର ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.