ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ପଞ୍ଚଦଶ ମାସିକ କବିତା ଆସର

0

ପୁରୀ: ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ପଞ୍ଚଦଶ ମାସିକ କବିତା ଆସର ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ କବି ତଥା ତହସିଲଦାର, ଶେରଗଡ଼ ଯୋଗଦେଇ, ସାହିତ୍ୟକୁ ବତୁରା ମାଟିର ବାସ୍ନା କହିବା ସହ ଅନ୍ୟାନ୍ୟ ଆବେଗିଗ ଦିଗ ଉପରେ ଆଲୋକପାତ କରିଥିଲେ। ଦାରିଙ୍ଗିବାଡି ବିଡ଼ିଓ ଶ୍ରୀଯୁକ୍ତ ଗଦାଧର ପତ୍ର ଆସରକୁ ଉଦ୍ଘାଟନ କରିବା ସହ ଗଞ୍ଜମ ତହସିଲଦାର ଶ୍ରୀଯୁକ୍ତ ଶୁଭେନ୍ଦୁ ଜେନା କବିମାନଙ୍କୁ ଉତ୍ସାହିତ କରିଥିଲେ ।ଆସରକୁ  ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ , ଉପଦେଷ୍ଟା ପ୍ରେମାନନ୍ଦ ବେହେରା, ଉପଦେଷ୍ଟା ବନବିହାରୀ ପଟ୍ଟନାୟକ  , ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ , ସଂଯୋଜକ ବିଦ୍ୟାଧର ଦଳବେହରା ପ୍ରମୁଖ ପରିଚାଳନା କରିଥିଲେ । ଜଗତସିଂହପୁରର ସୁସାହିତ୍ୟିକା ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକଙ୍କ ବଳିଷ୍ଠ ସଂଯୋଜନାରେ ୩୫ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.