ଭଞ୍ଜନଗର,: ସ୍ଥାନୀୟ ବନ ବିହାର ଠାରେ ଗୁରୁବାର ଭଞ୍ଜନଗର ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକର ୨୨ ଗୋଟି ପଞ୍ଚାୟତରେ ଦଳ ତରଫରୁ ପ୍ରାଥୀ ହୋଇଥିବା ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାଥୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏନଏସି ନିର୍ବାଚନ ରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ ଆଲୋଚନା କରାଯାଇଥିଲା। ଏଥି ସହିତ ବ୍ଲକରେ ଚଳିତ ପଂଚାୟତ ନିର୍ବାଚନରେ ବିଜେପି ସମର୍ଥୀତ ସରପଞ୍ଚ ୧୦ ଓ ସମିତି ସଭ୍ୟ ୯ ଜଣ ବିଜୟୀ ହୋଇଥିବା ରୁ ସମସ୍ତେ ମିଳିମିଶି କାଯ୍ୟ କରିବାକୁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ। କାଯ୍ୟକ୍ରମରେ ବରିଷ୍ଠ ନେତା ପ୍ରଦ୍ୟୁମ୍ନ କୁମାର ନାୟକ, ବିନାୟକ ତ୍ରିପାଠୀ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ତିଆଡି, ନୀଳ ମାଧବ ପାତ୍ର, ସନ୍ତୋଷ ପାଳ,ରବୀନ୍ଦ୍ର କୁମାର ଗୌଡ଼,ଏନଏସି ଅଧ୍ୟକ୍ଷ ପ୍ରାଥୀ ଶିବ ପ୍ରସାଦ ମହାପାତ୍ର, ବିଷ୍ଣୁ ପ୍ରସାଦ ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ନେତା ଓ ବହୁ କର୍ମୀ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.