ତିର୍ତ୍ତୋଲ ବ୍ଳକ ତରଜଙ୍ଗା ପଞ୍ଚାୟତରେ ବିଜୁ ଯୁବବାହିନୀ ଗଠନ

0

07-08-18-tirtol1.jpg - 54.07 kB

ତିର୍ତ୍ତୋଲ/ରମେଶ ମହାନ୍ତି -ତିର୍ତୋଲ ବ୍ଳକ ଅନ୍ତର୍ଗତ   ପଞ୍ଚାୟତରରେ ବିଜୁ ଯୁବବାହିନୀ ଗଠନ ହୋଇଯାଇଛି । ମଙ୍ଗଳବାର ଦିନ ଉକ୍ତ ପଞ୍ଚାୟତ କାର୍ୟ୍ୟାଳୟରେ ୩୬ ଜଣ ସଦସ୍ୟଙ୍କୁ ନେଇ ବିଜୁ ଯୁବବାହିନୀ ଗଠନ ହୋଇଛି। ସର୍ବସମ୍ମତି କ୍ରମେ ଏହି ଯୁବବାହିନୀର ସଭାପତି ଭାବେ ବିଶ୍ୱଜିତ ସ୍ୱାଇଁ,ସମ୍ପଦକ ହିମାଂଶୁ ରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ଭିକାରୀ ଚରଣ ଖଟୁଆଙ୍କ ସମେତ ପୁର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତରାୟ,ପୁର୍ବତନ ସମିତି ସଭ୍ୟ ବଂଶିଧର ସ୍ୱାଇଁ,ରଞିତ ପରିଜା,ଶାରଦା ପୃଷ୍ଟି,ତ୍ରଲୋଚନ ସେଠୀ,ଭବେଶ ଚୌଧୁରୀ,ଜିତେଂଦ୍ର ପଣ୍ଡା,ବିଷ୍ଣୁ ଚରଣ ମହାନ୍ତି,ଭଗବାନ ରଣା, ଅଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ପଞ୍ଚାୟତବାସୀଙ୍କ ଅବଗତ କରାଇବା ସହ ଉକ୍ତ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗଢିବାକୁ ଚେଷ୍ଟା କରିବା, ଦଳକୁ ତଳ ସ୍ତରରୁ ମଜବୁତ୍ କରି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଚେଷ୍ଟିତ ବୋଲି ପ୍ରକାଶ କରିଥିଲେ। 

 

Leave A Reply

Your email address will not be published.