ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲେ ନବିନିର୍ବାଚିତ ସରପଞ୍ଚ ।

0

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ରାଜ୍ୟ ସୁନାମଧନ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଶକ୍ତିଶାଳୀ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମ ପଞ୍ଚାୟତ ର ନବନିର୍ବାଚିତ  ସ୍ୱାଧୀନ ସରପଞ୍ଚ  ହିମାଂଶୁ ନାରାୟଣ ମଲ୍ଲ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ତେବେ ଶ୍ରୀ ମଲ୍ଲ ସ୍ଥାନୀୟ ଅଞ୍ଚଳରେ ଜଣେ, ଭଦ୍ର, ଶିକ୍ଷିତ, ସମାଜସେବୀ ଭାବେ ପରିଚିତ ହୋଇଥିବାରୁ ଗ୍ରାମବାସୀଙ୍କ ଦୃଢ ଭଲପାଇବା ରେ ସମୁଦାୟ ୨୩୪୫ ଖଣ୍ଡ ଭୋଟ ପାଇଥିଲା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଙ୍କୁ ଏକ ହଜାର ଦଶ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶ୍ରୀ ମଲ୍ଲ ସମସ୍ତଙ୍କ ସୁଖ ଦୁଃଖ ରେ ଛିଡ଼ାହୋଇଥିଲେ ଯାହାପାଇଁ ଦୃଢ ସଂଗଠନ ଓ ଲୋକମାନଙ୍କ ଭଲପାଇବା ଶ୍ରୀ ମଲ୍ଲ ଙ୍କୁ ବିଜୟଲାଭ କରିପାରିଥିଲା । ତେବେ ଶ୍ରୀ ମଲ୍ଲ ବିଜୟ ଲାଭ କଲାପରେ ନିଜର ସମର୍ଥକ ମାନଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୁଶାସନ ଓ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି । ତେବେ ଆଗକୁ ମନ୍ତ୍ରୀ ଶ୍ରୀ ଜେନା ଙ୍କ ରହି ବିକାଶମୂଳକ କାର୍ଯ୍ୟ କରି ବଡ଼କ୍ଷୀର ଗ୍ରାମପଞ୍ଚାୟତ କୁ ସମଗ୍ର ପଞ୍ଚାୟତ ମଧ୍ୟରେ ୧ନଂ ପଞ୍ଚାୟତରେ ଗଢିତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ମଲ୍ଲ ପ୍ରକାଶ କରିଥିଲେ । ତେବେ ମନ୍ତ୍ରୀ ଶ୍ରୀ ଜେନା ଶ୍ରୀ ମଲ୍ଲ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ । ଶ୍ରୀ ମଲ୍ଲଙ୍କ ସହ ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ନିଶ୍ଚିନ୍ତକୋଇଲି ଅଧକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ସମାଜସେବୀ ରାମଚନ୍ଦ୍ର ସାହୁ, ବିନୋଦ ସାମଲ ଙ୍କ ସମେତ ବଡ଼କ୍ଷୀର ଗ୍ରାମର ବହୁ ସମର୍ଥକ ଯୁବକ, ବରିଷ୍ଠ ମୁରବି ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.