ନୟାଗଡ ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ

0

ନୟାଗଡ଼(ବିଶ୍ଵଜିତ ନାୟକ) – ନୟାଗଡ ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ, ନୟାଗଡର ମିଳିତ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମର ମୂଖ୍ୟ ଅତିଥି ସହକାରୀ କୃଷି ଅଧିକାରୀ ମୁକ୍ତିଲିନା ମୋନିକା, ନୟାଗଡ଼ ରୋଟାରୀ କ୍ଲବର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଏବଂ ଇନରହୁଇଲ କ୍ଲବର ସଭାପତି ସ୍ମିତା ସ୍ବାଇଁ, ଆୟୋଜିତ ସଭାରେ ଉଦବୋଧନ ଦେଇ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦବା ସହ ଉପସ୍ଥିତ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ୟୁନିଟେକ କଲେଜର ନିର୍ଦ୍ଧେଶକ ରୋଟାରିଆନ ପ୍ରବୀର ପୃଷ୍ଟି । ଆଜିର ଏହି କାର୍ୟ୍ୟକ୍ରମ ଅବସରରେ ଛାତ୍ରୀମାନଙ୍କୁ ନେଇ ଏକ ତର୍କ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କାର୍ୟ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ପ୍ରେରଣାଦାୟୀ ସଙ୍ଗୀତ ଗାନ କରିଥିଲେ ଅନୁଷ୍ଠାନର ଛାତ୍ରୀମାନେ । ଛାତ୍ରୀ ସମୁହଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ର ଏବଂ ମହିଳା ଦିବସ ପାଇଁ ପ୍ରସ୍ତୁତ ବାର୍ତ୍ତା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ପରିଶେଷରେ କୃତି ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ୟୁନିଟେକ କଲେଜର ଅଧ୍ୟାପକ ଏବଂ କର୍ମଚାରୀ ମାନେ ଏହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Leave A Reply

Your email address will not be published.