ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦକ୍ଷତା ବିକାଶ ଜରିଆରେ ଯୋଡ଼ାର ଯୁବବର୍ଗଙ୍କ ସଶକ୍ତୀକରଣ

0

 ଶିଳ୍ପ ସିଲାଇ ମେସିନ୍ ଅପରେଟର୍ ପାଠ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଗୁଣାତ୍ମକ ବୈଷୟିକ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ଏବଂ କୌଶଳ ବିକାଶ ଜରିଆରେ ଶିଳ୍ପ ଲାଗି ପ୍ରସ୍ତୁତ ଶ୍ରମ ଶକ୍ତି ଗଠନ କରି ଯୁବତୀମାନଙ୍କୁ ନିଯୁକ୍ତିକ୍ଷମ ହେବାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ପକ୍ଷରୁ ଶୁକ୍ରବାର ଟାଟା ଷ୍ଟିଲ୍ କୌଶଳ ବିକାଶ କେନ୍ଦ୍ରରେ “ଶିଳ୍ପ ସିଲାଇ ମେସିନ୍ ଅପରେଟର୍‌’ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ଟାଟା ଷ୍ଟିଲ୍‌, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀ ଓ ସାହି ଏକ୍ସପୋଟ୍‌ର୍ସର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍‌ର ମହାପ୍ରବନ୍ଧକ (ଓକ୍ୟୁଏମ୍ ଡିଭିଜନ୍‌) ଶ୍ରୀଯୁକ୍ତ ଅତୁଲ ଭଟ୍ଟନାଗର ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଯୋଡ଼ା ଓ ଆଖପାଖ ଅଂଚଳର ମୋଟ ୩୦ ଜଣ ଯୁବତୀ ସିଲାଇ ତାଲିମ୍ ପାଇଁ ପଞ୍ଜୀକୃତ ହୋଇଛନ୍ତି ।
ଦୁଇ ମାସର ଧନ୍ଦାମୂଳକ ତାଲିମ୍ ସଫଳତାର ସହ ଶେଷ କରିବା ପରେ ଏହି ଯୁବତୀମାନଙ୍କୁ ଭାରତର ଅନ୍ୟତମ ସର୍ବବୃହତ୍ ପୋଷାକ ନିର୍ମାଣକାରୀ ସଂସ୍ଥା ସାହି ଏକ୍ସପୋଟ୍‌ର୍ସ ନିଯୁକ୍ତି ପ୍ରଦାନ କରିବ ।

Leave A Reply

Your email address will not be published.