ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୬ତମ ଜନ୍ମବାର୍ଷିକୀ ପାଳନ

0

ପଦ୍ମପୁର:-ଓଡ଼ିଶା ମାଟିର ବିକାଶ ପୁରୁଷ ବରପୁତ୍ର,ଓଡ଼ିଆ ଜାତିର ସମ୍ମାନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ବାର୍ଷିକୀରେ କୋଟି କୋଟି ପ୍ରଣାମ।ସ୍ବର୍ଗତ ବିଜୁ ବାବୁ ଓଡ଼ିଶା ମାଟି ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ପୁଅ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ର ନବୀନ ପଟ୍ଟନାୟକ ସବୁ ସ୍ବପ୍ନକୁ ପୂର୍ଣ୍ଣ କରୁଛନ୍ତି।ଆଜି ସାରା ବିଶ୍ବରେ ଓଡ଼ିଶା ରାଜ୍ୟ ସୁନାମ ଅର୍ଜନ କରୁଛି ।ତାହାର ଶ୍ରେୟ କେବଳ ବିଜୁ ପଟ୍ଟନାୟକ ଓ ଭାରତର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି। ପାଇକମାଲ ବିଜୁ ଜନତା ଦଳ ବ୍ଲକ କାର୍ଯ୍ୟାଳୟ ଠାରେ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା।ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ଧବଳେଶ୍ଵର ସାହୁ ସଭା ପରିଚାଳନା କରିଥିଲେ,ବ୍ଲକ ଅଧକ୍ଷ ଅଲତାପ ମହମ୍ମଦ,ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ,ପାଇକମାଲ ପଞ୍ଚାୟତ ବିଜେଡ଼ି ସଭାପତି ବିଜୟ ସ୍ୱାଇଁ ଉପସ୍ଥିତ ଥିଲେ ଏବଂ ଶେଷରେ ଧବଳେଶ୍ଵର ସାହୁଙ୍କ ପୁଅ ତଥା ଉଦୀୟମାନ ଯୁବନେତା ବିଜୁ ଛାତ୍ର ଜନତା ଦଳର ପାଇକମାଳ ବ୍ଲକ ସଭାପତି ରବିନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.