ବିଜୁବାବୁଙ୍କ ୧୦୬ଜୟନ୍ତୀ ଅବସରରେ ବିଡେକା ତରଫରୁ ରକ୍ତଦାନ ଶିବିର

0

ଭଞ୍ଜନଗର/ ନିଲୁ ବିଷୋୟୀ : ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଡେକା ତରଫରୁ ବିଜୁବାବୁଙ୍କ ୧୦୬ଜୟନ୍ତୀ ଅବସରରେ ଓଡେଶା ଭବନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରୁ ମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଜନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୋକୁଳ ଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ଼, ପ୍ରେସ କ୍ଲବ ସଭାପତି ଲୋକନାଥ କର, ସାମ୍ବାଦିକ ବିଶ୍ବମ୍ବର ଜେନା ଉପସ୍ଥିତ ଥିଲେ। ବିଡେକା ତରଫରୁ ପ୍ରତିବର୍ଷ ମାର୍ଚ୍ଚ ୫ ଓ ଅଗଷ୍ଟ ୧୫ତାରିଖରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥାଏ। ହେଲେ କରୋନା କଟକଣା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଜିର ଶିବିରରେ ୩ଜଣ ମହିଳା ରଶ୍ମିତା କୁମାରୀ ଜେନା ପ୍ରଥମ ଥର, ଶୁଭଶ୍ରୀ ଡାକୁଆ ଓ ରିତାଞ୍ଜଳି ରାଉତଙ୍କ ସମେତ ବହୁ ରକ୍ତଦାତା ସାମିଲ ଥିଲେ। ଏଥିରେ ରଶ୍ମି ରଞ୍ଜନ ରଥ, ଜେ. ସୁମା ପ୍ରଧାନ, ଶଙ୍କର ପ୍ରସାଦ ନାୟକ, ରାକେଶ ପଟ୍ଟନାୟକ, ଦିଲୀପ ରଥ, ଓ ଓଡିଶା ରକ୍ତଭଣ୍ଡାରର କର୍ମଚାରୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.