ବାଲେଶ୍ୱର/ରେମୁଣା- ଯୁଗ ବଦଳୁଛି ଏବଂ ଯୁଗ ସହିତ ତାଳ ଦେଇ ଲୋକଙ୍କ ରୁଚି ଏବଂ ମନୋଭାବରେ ମଧ୍ୟ ପରିବର୍ତ୍ତନ ହେଉଛି I ଶିକ୍ଷା ଓ ଭଦ୍ରତାର ମୂଲ୍ୟବୋଧକୁ ସାଧାରଣ ଲୋକେ ଖୁବ ଭଲଭାବେ ବୁଝିବା ଆରମ୍ଭ କରିଛନ୍ତି I କେବଳ ଅର୍ଥ ବିନିଯୋଗ କରି ନିର୍ବାଚନ ଜିତିବା ସମୟ ଏବେ ଶେଷ ହୋଇଛି I ବରୁଣସିଂ ପଞ୍ଚାୟତରେ ଉଚ୍ଚଶିକ୍ଷିତା ସମିତିସଭ୍ୟା ପ୍ରାର୍ଥୀ ଶ୍ରୀମତୀ ଶାନ୍ତା ଦାସ ପ୍ରାୟ 900 ରୁ ଅଧିକ ଭୋଟରେ ବିଜୟୀ ହେବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି I
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ଏବଂ ବିକାଶର ପ୍ରଥମ ପାହାଚ ଗାଁରୁ ଆରମ୍ଭ କରିବାକୁ ତାଙ୍କର ଯେଉଁ ସ୍ବପ୍ନ ରହିଛି ତାହାକୁ କେବଳ ଶିକ୍ଷିତ ତଥା ଅଞ୍ଚଳକୁ ଭଲପାଉଥିବା ନେତାହିଁ ପୂରା କରିପାଇବେ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଦୃଢ଼ ଆଶା ସଂଚାର ହୋଇଥିବା ପରିଲକ୍ଷିତ ହୋଇଛି I ଫଳରେ ଗତ ଦଶନ୍ଧି ଧରି ରେମୁଣା ତଥା ବରୁଣସିଂ ପଞ୍ଚାୟତରେ ଯେଉଁ ନେତୃତ୍ୱ ଥିଲା ସେଥିରେ ଆମୂଳଚୁଳ ପରିବର୍ତ୍ତନ ହୋଇଛି I
ଉଚ୍ଚ ଶିକ୍ଷିତା ତଥା ଚାକିରି ଛାଡି ନିର୍ବାଚନରେ ଅଂଶଗ୍ରହଣ କରି ନିକଟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଶ୍ରୀମତୀ ଶାନ୍ତା ଦାସ ବିଜୟୀ ହେବା ପରେ କୁହନ୍ତି ଏହି ବିଜୟ ପ୍ରକୃତରେ ମୋର ନୁହେଁ ବରଂ ଏହି ବିଜୟ ହେଉଛି ପୂରା ବରୁଣସିଂ ପଞ୍ଚାୟତର I ଏହା କେବଳ ସମ୍ଭବ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଏବଂ ତାଙ୍କର ଲୋକ ହିତକର ଯୋଜନା ପାଇଁ I ଏ ଅଞ୍ଚଳର ବୋହୁ ଭାବେ ଖୁବ କମ ଦିନ ଭିତରେ ଲୋକଙ୍କ ଠାରୁ ଯେଉଁ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଛି ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ I ନିର୍ବାଚନ ପୂର୍ବରୁ ମୁଁ ମୋ ଅଞ୍ଚଳ ବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ତାହା ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ତାହା ପୂରା କରିବାକୁ ଚେଷ୍ଠା କରିବି I ରାଜ୍ୟ ସରକାରଙ୍କ ପ୍ରତ୍ୟେକଟି ଯୋଜନା ଘରେ ଘରେ ପହଂଚାଇବା ପାଇଁ ଉଦ୍ୟମ କରିବି I
ନିଜର ନିଆରା ବ୍ୟକ୍ତିତ୍ୱ ଏବଂ ଏ ଅଞ୍ଚଳ ପାଇଁ କିଛି କରିବାର ଉତ୍ସାହ ତାଙ୍କୁ ନିର୍ବାଚନରେ ବିଜୟୀ କରାଇଛି I ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ ନୂଆ ଥିଲେ ମଧ୍ୟ ସରକାରଙ୍କ ପ୍ରତିଟି ଆଭିମୁଖ୍ୟକୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଫୋନ କଲ ମାଧ୍ୟମରେ ଲୋକଙ୍କ ସହିତ ଯୋଡିହୋଇ ସେମାନଙ୍କ ସୁଖ ଦୁଃଖ ବୁଝିବା ସ୍ଥାନୀୟ ଅଞ୍ଚଳରେ ବିଜେଡି ସରକାରଙ୍କ ସପକ୍ଷରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଥିଲା I କେବଳ ତାଙ୍କ ଉଦ୍ୟମ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ମାନେ ବିଜୟୀ ହେବା ସହ ଜିଲ୍ଲା ପରିଷଦରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଛି I ଶ୍ରୀମତୀ ଦାସ ବିଜୟୀ ହେବା ପରେ ତାଙ୍କ ଉଦ୍ୟମରେ ବରୁଣସିଂ ପଞ୍ଚାୟତ ତଥା ସମଗ୍ର ରେମୁଣା ଅଞ୍ଚଳରେ ଅନେକ ବିକାଶ ସମ୍ଭବ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି I
Sign in
Sign in
Recover your password.
A password will be e-mailed to you.