ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଚର୍ଚ୍ଚା

0

ସିମୁଳିଆ – (ଅକ୍ଷୟ କୁମାର ଜେନା) ସିମୁଳିଆ ବ୍ଲକ ୪୦ ନମ୍ବର ଜୋନ ୨୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ। ବିଜେଡି ବିଧାୟକ ତଥା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଏବଂ ବିଜେପି ପୂର୍ବତନ ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ଙ୍କ ନିଜସ୍ଵ ଗଡ ରେ ବ୍ଲକ ଅଧକ୍ଷ ପଦବୀ କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଉଭୟ ଦଳ ୧୧ ଟି ଲେଖାଏଁ ସମିତି ସଭ୍ୟ ପ୍ରାର୍ଥୀ ହାତେଇ ଥିବା ବେଳେ ଉଭୟ ଦଳ ସମାନ ପରିସ୍ଥିତି କୁ ନେଇ ବାଧା ଉପୁଜିଛି। ସମସ୍ତ ଙ୍କ ନଜର ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ ଥିବା ବେଳେ ବ୍ଲକ ଅକ୍ତିଆର କୁ ନେଇ ଏକ ରକମର ଘୋଡ଼ା ବେପାର ଆରମ୍ଭ ହେବ ବୋଲି ସାଧାରଣ ରେ ଆଲୋଚନା ଚାଲିଛି। ବ୍ଲକ ଅଧକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଥିବା ବେଳେ ବିଜେଡି ଦଳରେ ଚାରିଜଣ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ଥିବା ବେଳେ ବିଜେପି ଦଳରେ ଜଣିଏ ସମିତି ସଭ୍ୟ ଆଶାୟୀ ପ୍ରାର୍ଥୀ ଅଛନ୍ତି। ସବୁ ଠୁଁ ରୋଚକ କଥା ଯଦି ବିଜେଡି ଦଳ ବ୍ଲକ ଅଧ୍ୟକ୍ଷ ପଦବୀକୁ କୁ ହାସଲ କରେ ଦୁଇ ଜଣ ମୁଖ୍ୟ ଚର୍ଚ୍ଚିତ ଆଶାୟୀ ପ୍ରାର୍ଥୀ ଗଜେନ୍ଦ୍ର ସେଠି ଓ ବାବାଜୀ ମଲିକ ଏମାନଙ୍କ ନା ଚର୍ଚ୍ଚା ର ପରିସରରେ ଅଛି। ଉଭୟ ଅବସର ପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ହୋଇଥିବା ବେଳେ। ବେଶୀ ଚର୍ଚ୍ଚା ବାବାଜୀ ମଲିକ ଙ୍କ ସପକ୍ଷ ରେ ଜୋର୍ ଧରିଛି ବୋଲି ଜନମତ ରେ ଆଲୋଚ୍ୟ ହୁଏ। ଯଦି ବଜେପି ଦଳ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ନିଏ ତାହେଲେ ଜଣେ ଆଶାୟୀ ଙ୍କୁ ନେଇ ସୁରୁଖୁରୁରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ବା ସହ। ଆଗାମୀ ଦିନ ରେ କୋଉ ଦଳ ନିଜର ବାହୁ ବଳ ରେ ଏହି ପଦ ଅକ୍ତିଆର କରିବ । ତାହାକୁ ନେଇ ଜୋରଦାର ପ୍ରତି ଯୋଗିତା ସିମୁଳିଆ ବ୍ଲକ ରେ ଦେଖିବାକୁ ମିଳିଛି । ଅନିଶ୍ଚିତତା ଭିତରେ ବ୍ଲକ ଅଧକ୍ଷ ପଦ ସାଧାରଣ ରେ ଏକ ବଡ ପ୍ରଶ୍ନବାଚି ।

Leave A Reply

Your email address will not be published.