ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ର ଆଜି ଦ୍ଵିତୀୟ ଦିବସ । ରାଜ୍ୟ ସାରା ପ୍ରତ୍ୟେକ ବ୍ଲକର ନିର୍ଦ୍ଧାରିତ ସ୍ଥାନରେ ଭୋଟ ଗଣତିର ବ୍ୟବସ୍ଥା କୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ନିର୍ବାଚନ କମିଶନ , ଜିଲ୍ଲା ପ୍ରଶାସନର କଡା ନିର୍ଦେଶ ରହିଛି । ହେଲେ ଗତ ଷୋହଳ ତାରିଖ ଦିନ ପାଇକମାଲ ଅଂଚଳର ଅନେକ ବୁଥରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଯେମିତି ପାନୀୟ ଜଳ ପାଇଁ ଲୋକେ ହନ୍ତ ସନ୍ତ ହେବା ସହିତ ବୁଥ ସମ୍ମୁଖରେ ଛାଇ ର ଅଭାବ ହେଉ କି ମନ୍ଥର ମତଦାନ ପ୍ରକ୍ରିୟା । ସେହିଭଳି ଗତ କାଲି ଠାରୁ ପାଇକମାଲ ବ୍ଲକ ପରିସର ରେ ହେଉଥିବା ମତାଗଣନା କେନ୍ଦ୍ରରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଯେମିତି କି ପାଣି , ପ୍ରଶାସନ କୁ ଜଣା ଅଛି ଯେ ଗଣନା ସମୟରେ ନିଜର ନିଜର ପ୍ରାର୍ଥୀ ମାନଙ୍କର ବିଷୟରେ ଭଲମନ୍ଦ ଜାଣିବା ପାଇଁ ଅନେକ ଲୋକ ଆସିବେ । ଏବେ ଦିନରେ ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ମାନବିକତା ଦୃଷ୍ଟିରୁ ପ୍ରଶାସନ ତରଫରୁ ଅନ୍ତତଃ ପାନୀୟ ଜଳ ଓ କିଛି ମାତ୍ରାରେ ଛାଇ ର ବ୍ୟବସ୍ଥା କରାଯିବା ଆବଶ୍ୟକ ଥିଲା , କିନ୍ତୁ ସମ୍ବେଦନହୀନ ବ୍ଲକ ପ୍ରଶାସନ ତରଫରୁ ସେଭଳି କୋଣସି ବ୍ୟବସ୍ଥା ହୋଇ ନ ଥିଲା । ଫଳାଫଳ ଘୋଷଣା ପାଇଁ ବ୍ୟବହାର କରାଯାଉଥିବା ଡ଼ାକବାଜି ଯନ୍ତ୍ର ରୁ ଶବ୍ଦ ବାହାରୁଛି ହେଲେ ତାହା ବାହାରେ କେହି ବୁଝି ପାରୁ ନାହାନ୍ତି । ଡ଼ାକବାଜି ଯନ୍ତ୍ର ବଦଳାଇବା ପାଇଁ ସାମ୍ବାଦିକ ବନ୍ଧୁ ମାନେ ଓ ଅନେକ ଲୋକ ବ୍ଲକ ପ୍ରଶାସନ କୁ କହି ସାରିଲେଣି ହେଲେ ସବ ଚଳତା ହୈ ନୀତିରେ କେହି ଶୁଣିବା ଆବଶ୍ୟକ ମନେ କରୁ ନାହାନ୍ତି ।ସେହିଭଳି ସାମ୍ବାଦିକ ମାନଙ୍କ ପାଇଁ ଏକ କାଉଣ୍ଟର କରାଯାଇଛି ସତ କିନ୍ତୁ ସାମ୍ବାଦିକ ମାନଙ୍କୁ କ୍ରମାଗତ ଭାବରେ ସୂଚନା ପ୍ରଦାନ କରିବା ଦାୟିତ୍ୱରେ ରହିଥିବା ଏ ବି ଡି ଓ ମହାଶୟ ଦୁଇ ଦିନ ହେଲା ସାମ୍ବାଦିକ ମାନଙ୍କୁ କୋଣସି ପ୍ରକାର ସୂଚନା ପ୍ରଦାନ କରି ନାହାନ୍ତି କିମ୍ବା ସେ ସାମ୍ବାଦିକ ମାନଙ୍କ ଫୋନ ମଧ୍ୟ ଉଠାଇବା ଜରୁରୀ ମନେ କରୁନାହାନ୍ତି । ଏମିତି କି ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟେଣ୍ଟରେ ଗୋଟେ ଛୋଟିଆ ବଲ୍ବ ବି ଲଗାଯାଇ ନାହିଁ । ଗତ କାଲି ବହୁ ପ୍ରୟାସ ପରେ ପାଇକମାଲ ଜି ପି ଓ ଅନୀଲ କୁମାର ପାଣିଗ୍ରାହୀ କିଛି ଦୁଚନା ପ୍ରଦାନ କରିଥିଲେ କିନ୍ତୁ ସନ୍ଧ୍ୟା ସମୟର ସେ ମଧ୍ୟ ଆଉ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିବାର ଆବଶ୍ୟକତା ମନେ କଲେ ନାହିଁ । ମୋଟା ମୋଟୀ କହିବାକୁ ଗଲେ ମତେ ଯେତେ ମାଠିବୁ ମାଠ , ମୁଁ ସେହି ଦରପୋଡା କାଠ , ଉକ୍ତି ଟି ପାଇକମାଲ ବ୍ଲକ ପ୍ରଶାସନ ଉପରେ ଠିକ ବସୁଥିବାର ଅନୁମାନ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.