ଭୁବନେଶ୍ୱର : ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । “ଡ଼ିଜିଟାଲ ଟ୍ରାନ୍ସଫର୍ମେସନ : ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ ।
ଲକ୍ଷ୍ନୌ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟର ପ୍ରଫେସର ସତ୍ୟଭୂଷଣ ଦାସ, ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ଷ୍ଟଡିଜର (ଏନଏମଆଇଏମଏସ)ର ନିର୍ଦ୍ଦେଶକ ପ୍ରଫେସର ତପନ କୁମାର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ବି.ବି. ମିଶ୍ର ଏବଂ ଭୁବନେଶ୍ୱର ସ୍ଥିତ ଇଂଟରନ୍ୟାସନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମଆଇ)ର ପ୍ରଫେସର ମନିତ୍ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ବକ୍ତାମାନେ ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ, ମାର୍କେଟିଂ, ଗ୍ରାହକଙ୍କ ସୁବିଧା, ଶିକ୍ଷା ଗ୍ରହଣ, ସ୍ୱାସ୍ଥ୍ୟସେବା ଏବଂ ଜୀବନ ଶୈଳୀ କ୍ଷେତ୍ରରେ ଡ଼ିଜିଟାଲ ପରିବର୍ତନ, ଏହାର ବ୍ୟବହାର ଓ ପ୍ରୟୋଗ ନେଇ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦଘାଟିତ କରିଥିବା ବେଳେ ଆଇବିସିଏସ ଡ଼ିନ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଛାତ୍ରମଙ୍ଗଳ ଡ଼ିନ ତଥା ଏଫଡ଼ିପିର ଆବାହକ ଡ. ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଇବିସିଏସର ଫାକଲ୍ଟି ମେମ୍ବର ଡ. ଅଳକା ସାମନ୍ତରାୟ ଏବଂ ଶ୍ରୀମତୀ ରୀତା ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post