ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

0

ଗଣିଆ,(ନୟାଗଡ଼)- : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ବନ୍ଦ ହୋଇ ରହିଛି। ଆସନ୍ତା ୨୬ ତାରିଖ ଠାରୁ ଭୋଟ ଗଣତି ପରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଜଣାପଡ଼ିବ। କିନ୍ତୁ ଭୋଟ ଗଣତି ପୂର୍ବରୁ ସବୁଠି ହାରଜିତ୍ ଅଙ୍କକଷା ଚାଲିଛି । ଗଣତିର ଅବବ୍ୟହିତ ପୂର୍ବରୁ ସମିତି ସଭ୍ୟ ପ୍ରାର୍ଥୀମାନେ ଅଜ୍ଞାତବାସରେ ଥିବା ଜଣାପଡ଼ିଛି । ଗଣିଆ ବ୍ଲକର ୮ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୫ଟି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଏବେ ଅଜ୍ଞାତବାସରେ ଥିବା ଚର୍ଚ୍ଚା ହେଉଛି। ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ନେଇ ଏକାନ୍ତବାସରେ ରଖା ଯାଇଛି । ଗଣିଆରେ ଏଥର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ବିଜେଡି ମଧ୍ୟରେ ଟଣାଓଟରା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନେକ ସ୍ଥାନରେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବା ଆଶଙ୍କା ଥିବାରୁ ଦଳ ନୂତନ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଗୁଆ ଅଣ୍ଟା ଭିଡିଛି। ଗଣିଆ ଅଧ୍ୟକ୍ଷ ଆସନଟି ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ଏଥର ଜଣେ ନୂଆ ମୁହଁ ବ୍ଲକ ଅଧ୍ୟକ୍ଷ ଆସନରେ ବସିବେ । ତେବେ ଗଣିଆରେ ଶାସକ ଦଳ ତରଫରୁ ୫ଟି ଆସନରେ ବିଜୟୀ ହେବା ଦାବି କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟ ୫ଟି ଆସନ ଜିତିବେ ବୋଲି ଦାବି କରୁଛନ୍ତି। ଗୋଟିଏ ଦିନପରେ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛି ଜଣାପଡ଼ିବ |

Leave A Reply

Your email address will not be published.