ବଡ଼ବିଲରେ ବିଭିତ୍ସ କାଣ୍ଡ : ମଦ ନିଶାରେ ହଣାକଟା, ଜଣେ ମୃତ

0 2

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘଟଣାରୁ ପ୍ରକାଶ ଯେ ସିରାଜୁଦିନ ହଟିଂରେ ଗତକାଲି ସନ୍ଧ୍ୟା ସମୟରେ କୌଣସି କାରଣରୁ ଚଲା ପୂର୍ତ୍ତିଙ୍କ ସହିତ ହଟିଂରେ ରହୁଥିବା ତିନି ଭାଇ ଆକାଶ ଗୋପ, ଚନ୍ଦ୍ର ଗୋପ ଓ ଇନ୍ଦ୍ର ଗୋପଙ୍କ ସହିତ ମଦ ନିଶାରେ ବଚସା ହୋଇଥିଲା। ଚଲା ପୂର୍ତ୍ତିଙ୍କ ମାଡରେ ଚନ୍ଦ୍ର ଗୋପଙ୍କ ମୁଣ୍ଡ ଫାଟିବା ପରେ ଉତ୍ୟକ୍ତ ହୋଇ ତିନିଭାଇ ଟାଙ୍ଗିଆ ଓ ଛୁରୀରେ ଚଲା ପୂର୍ତ୍ତିଙ୍କୁ ଆକ୍ରମଣ କରିଥିଲେ। ସଙ୍ଘବଦ୍ଧ ଆକ୍ରମଣରେ ଘଟଣାସ୍ଥଳରେ ଚଲା ପୂର୍ତ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ପୋଷ୍ଟ ମର୍ଟମ ନିମନ୍ତେ ପଠାଇବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

Leave A Reply

Your email address will not be published.