ଅଗଷ୍ଟ ୭ରେ ହେବାକୁ ଥିବା ପରୀକ୍ଷା ୧୬ ତାରିଖରେ ହେବ
ଭୁବନେଶ୍ୱର( ଶାପ୍ରବ୍ୟୁ) : ଅଗଷ୍ଟ ୭ ତାରିଖ ଦିନ ପ୍ରସ୍ତାବିତ ରାଜ୍ୟବ୍ୟାପି ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଯୋଗୁଁ ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱର ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଅନଲାଇନ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୭ ତାରିଖ ପରିବର୍ତ୍ତେ ଅଗଷ୍ଟ ୧୬ ତାରିଖ ଦିନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବା ଅଗଷ୍ଟ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅନଲାଇନ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନାହିାଁ
ସୂଚନାଯୋଗ୍ୟ ଯେ ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଅନୁଷ୍ଠାନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନମାନଙ୍କରେ ନାମଲେଖା ପାଇଁ ଅନଲାଇନ ପ୍ରବେଶିକା ପରୀକ୍ଷା ଅଗଷ୍ଟ ମାସ ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା |