ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ବଲାଙ୍ଗିରର ଆଂଚଳିକ ସମ୍ମିଳନୀ

0

ବଲାଙ୍ଗିର- ଦେଶର ହିତ ଦୃଷ୍ଟିରୁ ବ୍ୟାଙ୍କ ଗୁଡ଼ିକ ସରକାରଙ୍କ ଘରୋଇକରଣ ଉଦ୍ୟମ ପ୍ରତ୍ୟାହାର କରିବାକୁ ଆଜି ବଲାଙ୍ଗିରଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଘର ଆଂଚଳିକ ସମ୍ମିଳନୀରେ ତୀବ୍ରମତ ପ୍ରକାଶ ପାଇଛି । ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ଆଂଚଳିକ ସମ୍ମିଳନୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କା କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ସଭାପତି କମ୍ରେଡ଼ ନିତ୍ୟାନନ୍ଦ ବେହେରା, ସାଧାରଣ ସୁରେଶ କୁମାର ଦାଶ, ଆଂଚଳିକ ବ୍ୟବସାୟ କାର୍ଯ୍ୟାଳୟ ବଳର କବ୍ରେଡ ଭରତ ଚନ୍ଦ୍ର ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମ·ରୀ ସଂଘ ସମବାୟ ସମିତି ଲିମିଟେଡ଼ର କମ୍ରେଡ଼ ଗଙ୍ଗା ପ୍ରସାଦ ପଟ୍ଟନାୟକ, ଭୁବନେଶ୍ୱର ମୋଡେ଼ଲର ସହକାରୀ ସାଧାରଣ ସମ୍ପାଦକ କମ୍ରେଡ଼ ଚିଂଚରଂଜନ ପଣ୍ଡା, ପୂର୍ବତନ ସହକାରୀ ସାଧାରଣ ସମ୍ପାଦକ ସମ୍ବଲପୁର ମୋଡୁଲ କବ୍ରେଡ଼ ଉପେନ୍ଦ୍ର ପ୍ରସାଦ ପଣ୍ଡା, ପୂର୍ବତନ ସହ ସାଧାରଣ ସମ୍ପାଦକ ସମ୍ବଲପୁର ମୋଡୁଲ ଅଶୋକ କୁମାର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ଦେବୀ ସମଲେଶ୍ୱରୀଙ୍କ ଫଟୋରେ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମ·ରୀ ସଂଘ ନେତା ସ୍ୱର୍ଗତ ଓଙ୍କାର ପାଣିଗ୍ରାହୀଙ୍କ ଫଟୋରେ ଦୀପ ପ୍ରଜ୍ଜ୍ୱଳନ କରି ଅଧିବେଶନକୁ ଆରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ତଥ୍ୟ ବିସିସିଆଇର ମନୋନିତ ସଦସ୍ୟ ହରିନାରାୟଣ ପୁଜାରୀଙ୍କୁ ଅଙ୍ଗବସ୍ତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ବଲପୁର ମୋଡ଼ୁଲର ସହକାରୀ ସମ୍ପାଦକ ଭୋଲାନାଥ ମେହେର, ସହ ସାଧାରଣ ସମ୍ପାଦକ ରୋହିତ କୁମାର ଶତପଥି, ଓ ଜୋର୍ନାଲ ସମ୍ପାଦକ ରୁପେଶ ଦଲାଇ ବଲାଙ୍ଗୀର ଅଂଚଳ ଜୋନ ସମ୍ପାଦକ ରୁପେ କାର୍ଯ୍ୟ କୁ ପରିଚାଲନା କରିଥିଲେ ।

Leave A Reply

Your email address will not be published.