ଅସ୍ତରଙ୍ଗ ଉପକୂଳରେ ବିଭିନ୍ନ ପ୍ରକାର ଜୀବ ଉଦ୍ଧାର।

0 2

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ଉପକୂଳରେ ଏହି କିଛି ଦିନ ତଳେ ଏକ ବିରାଟ କାୟଅଲିଭ ରିଡ଼ଲ କଁଇଚ ଲୁଣା ନଦୀରୁ ମାଛମାରୁଥିବା ଧୀବର ମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବେଳେ ରବିବାରଦିନ ସେହି କଣମଣ ନଦୀ ନିକଟରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଅଛି । ଗରୁଡ଼ ପକ୍ଷୀଟି କୌଣସି କାରଣବଶତଃ ଉଡି ନ ପାରି ଏଣେ ତେଣେ ବୁଲୁଥିବା ବେଳେ ସାମ୍ବାଦିକ ଦୁଃଶାସନ ନୟକ ଦେଖି ତାକୁ ଧରି ଥିଲେ । ଧରିଲା ପରେ ଶ୍ରୀ ନାୟକ ଫରେଷ୍ଟର ସବୀର ସାହୁ ଙ୍କୁ ଖବର ଦେବାପରେ ଶ୍ରୀ ସାହୁ ପହଂଚି ଉକ୍ତ ଜନ୍ତୁଟିକୁ ଧରି ମୁହାଣ ମୁହଁ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଅଛି । ଅପର ପକ୍ଷରେ, ଅସ୍ତରଙ୍ଗ ଉପକୂଳ ସମୁଦ୍ର ତଟରେ ବ୍ଲୁ ଡ୍ରାଗନ ଓ ଜେଲି ଫିଶ ବା ରାବେଣା ନାମକ କିଛି ସାମୁଦ୍ରିକ ଯିବ ଦେଖିବାକୁ ମିଳିଛି । ଏହି ଜୀବମାନ ସାଧାରଣ ତ ଫାଲଗୁନ ମାସ ରେ ଦକ୍ଷିଣା ପବନ ପକାଇଲେ ଗଭୀର ସମୁଦ୍ରରୁ ପବନ ମାଡରେ ସମୁଦ୍ରର ଉତ୍ତାଳ ତରଙ୍ଗ ରେ ଭାସି ଆସି କୂଳରେ ଲାଗିଥାନ୍ତି । ଏହି ଜୀବ ମାନଙ୍କ ଶରୀର ସାଧାରଣତଃ ଲାଳୁଆ ହୋଇଥିବାରୁ ବିଷାକ୍ତ ଯିବ ବୋଲି କୁହାଯାଇଥାଏ । ଆହୁରି ମଧ୍ୟ ଜଳବାୟୁ ପରିବର୍ତ୍ତନ ସହ ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉ ଥିବାରୁ ସମୁଦ୍ର ଗର୍ଭରେ ଥିବା ଏହି ଶ୍ରେଣୀୟ ଜୀବମାନେ ଫାଲଗୁନ ମାସ ଦକ୍ଷିଣ ପବନରେ କ୍ଷତିଗ୍ରସ୍ତ ହୋଇଥାନ୍ତି ବୋଲି କୁହାଯାଏ ।

Leave A Reply

Your email address will not be published.