ଭୁବନେଶ୍ୱର: ଉନ୍ନତ ଓ ଉତମ ଅଭିବୃ୍ଦ୍ଧି ସୁଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଦକ୍ଷିଣ ଓଡ଼ିଶାରେ ବିଦୁ୍ୟତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ବ୍ୟବସାୟ ସହଯୋଗୀ (ବିଜନେସ୍ ଆସୋସିଏଟ୍ସ)ମାନଙ୍କ ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା, ନିଯୁକ୍ତି ଓ କୌଶଳ ବିକାଶ ଅଭିଯାନ ଆରମ୍ଭ କରାଯାଇଛି ।
ଏଥିପାଇଁ ନିମ୍ନଲିଖିତ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ହୋଇଛି:
• ସମସ୍ତ ବ୍ୟବସାୟ ସହଯୋଗୀ କର୍ମଚାରୀଙ୍କୁ ୧୫ ଲକ୍ଷ ଟଙ୍କାର ଗ୍ରୁପ୍ ବ୍ୟକ୍ତିଗତ ଦୁର୍ଘଟଣା (ଜିପିଏ) ପଲିସିରେ ସାମିଲ କରିବାକୁ ନିଶ୍ଚତ କରିବା
• ବ୍ୟବସାୟ ସହଯୋଗୀ କର୍ମଚାରୀଙ୍କ ମୃତ୍ୟୁ (କୋଭିଡ୍-୧୯ ଜନିତ ମୃତ୍ୟୁ)ରେ ତାଙ୍କ ଆଇନଗତ ଉତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ଲାଗି ସ୍ୱତନ୍ତ୍ର କୋଭିଡ୍ ବୀମା ପଲିସିରେ ସମସ୍ତ ବ୍ୟବସାୟ ସହଯୋଗୀ କର୍ମଚାରୀଙ୍କୁ ସାମିଲ କରିବା
ବ୍ୟବସାୟ ସହଯୋଗୀଙ୍କ ପେସାଦାର ଦକ୍ଷତାରେ ଉନ୍ନତି ଆଣିବା ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ସ୍କିମ୍ “ଉଡାନ୍” ଘୋଷଣା କରାଯାଇଛି । ଏହି ସ୍କିମ୍ ସେହି ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ଯେଉଁମାନେ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ଶେଷ କରିଛନ୍ତି ଓ ଯାହାଙ୍କ ବୟସ ୪୦ ବର୍ଷରୁ କମ୍ ଏବଂ ଯେଉଁମାନେ କଂପାନି ସହିତ କ୍ରମାଗତ ପାଂଚ ବର୍ଷ ଧରି ଜଡ଼ିତ ରହିଛନ୍ତି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ପ୍ରମୁଖ ସ୍କିମ୍ ସ୍କିଲ ଇଣ୍ଡିଆ ଅଭିଯାନ ଅଧୀନରେ କଂପାନି ପକ୍ଷରୁ ପେସାଦାର ତାଲିମ କେନ୍ଦ୍ର ସ୍ଥାପନ କରାଯିବ । ଜାତୀୟ ଦକ୍ଷତା ବିକାଶ ନିଗମର ବିଦ୍ୟୁତ କ୍ଷେତ୍ରର କୌଶଳ ପରିଷଦ ପାଠ୍ୟକ୍ରମ ଅନୁସାରେ ବିତରଣ ଲାଇନ୍ମ୍ୟାନ୍ ପାଇଁ ଏହି କେନ୍ଦ୍ରରେ ଥିଓରି ଓ ପ୍ରାକ୍ଟିକାଲ୍ ତାଲିମ ପ୍ରଦାନ କରାଯିବ । ପାଠ୍ୟକ୍ରମ ଶେଷ କରିବା ଲାଗି ପ୍ରାର୍ଥୀଙ୍କୁ ଏନ୍ଏସଡିସି-ପିଏସଏସସି ଅଧୀନରେ ବିଦ୍ୟୁତ ବିତରଣ କ୍ଷେତ୍ର ଲାଗି କୌଶଳ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ପୁନଶ୍ଚ, ସର୍ବନିମ୍ନ ୪୫% ମାର୍କ ରଖି ପାସ୍ କରିଥିବା ବ୍ୟବସାୟ ସହଯୋଗୀମାନେ ଯଦି ଅନ୍ୟ ଯୋଗ୍ୟତାର ମାନଦଣ୍ଡ ପୂରଣ କରୁଥିବେ ସେମାନେ ନିଯୁକ୍ତି ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ।
ଏହା ସହିତ, ବିଭିନ୍ନ ବ୍ୟବସାୟ ସହଯୋଗୀଙ୍କ ପାଖରେ ଆଉଟସୋର୍ସିଂ କର୍ମଚାରୀ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଯୋଗ୍ୟ କର୍ମଚାରୀମାନଙ୍କୁ ଅପରେସନ୍ସ ଟ୍ରେନି ଓ ଅଫିସ ଆସିଷ୍ଟାଂଟ୍ ଟ୍ରେନି ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ କଂପାନି ନିଷ୍ପତି ନେଇଛି । ଟିପିଏସ୍ଓଡିଏଲ୍ ସହ ପୂର୍ବରୁ ଜଡ଼ିତ ଥିବା ବ୍ୟବସାୟ ସହଯୋଗୀଙ୍କ ପାଇଁ କାମ କରିଥିବା ଯେକୌଣସି ବ୍ୟକ୍ତି ଲିଖିତ ପରୀକ୍ଷାରେ ୪୫% ମାର୍କ ରଖି ଏବଂ ବ୍ୟକ୍ତିଗତ ସାକ୍ଷାତକାରରେ ଯୋଗ୍ୟତା ହାସଲ କଲେ ଏହି ଦୁଇ ଭୂମିକା ମଧ୍ୟରୁ ଯେକୌଣସିଟି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।
“ଆମ ବ୍ୟବସାୟର ଭବିଷ୍ୟତକୁ ସାକାର ରୂପ ପ୍ରଦାନ କରିବାରେ ଆମ ବ୍ୟବସାୟ ସହଯୋଗୀମାନଙ୍କ ପ୍ରମୁଖ ଭୂମିକା ରହିଛି । ସେମାନଙ୍କୁ ଉଭୟ ସାମାଜିକ ଓ ପେସାଦାରଭାବେ ଆଗକୁ ବଢ଼ାଇବାର ଉଦ୍ୟମ ସ୍ୱରୂପ ଆମେ ବିଭିନ୍ନ ଅଭିଯାନ ଆରମ୍ଭ କରିଛୁ । ମୋର ବିଶ୍ୱାସ ରହିଛି ଯେ ବ୍ୟବସାୟ ସହଯୋଗୀମାନେ ଏହି ଅଭିଯାନଗୁଡ଼ିକୁ ପ୍ରଶଂସା କରିବେ । ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ଆମ ସହାୟତାକୁ ସୁଦୃଢ଼ କରିବା ଲାଗି ଭବିଷ୍ୟତରେ ଆମେ ଏହିଭଳି ଧରଣର ଅଭିଯାନ ଜାରି ରଖିବା ଉପରେ କାମ କରିବୁ ବୋଲି ଟିିପିଏସ୍ଓଡିଏଲର ସିଇଓ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।’’
Sign in
Sign in
Recover your password.
A password will be e-mailed to you.