ଜିଲ୍ଲା ପରିଷଦ ସହିତ ବ୍ଲକରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ- ନରସିଂହ

0

ମୁକ୍ତାଦେଇଙ୍କ ପାଇଁ ନରସିଂହଙ୍କ ମାରାଥନ ପ୍ରଚାର

ବଲାଙ୍ଗିର- ଲୋକେ ସରକାରୀ ଦଳ ନେତାମାନଙ୍କୁ ବାରମ୍ବାର ନିଜର ବହୁ ମୁଲ୍ୟ ଭୋଟ ଦେଇଛନ୍ତି । ପାଞ୍ଚ ବର୍ଷ ପୁର୍ବରୁ ଲୋକେ ଜିଲ୍ଲା ପରିଷଦରେ ବିଜେଡିକୁ ଭୋଟ ଦେଇଥିଲେ । ଏବେ ଦେଓଗାଁ ବ୍ଲକ ମଧ୍ୟ ସେମାନଙ୍କ ହାତରେ । କିନ୍ତୁ ଅଂଚଳର ଛାତ୍ର, ଯୁବକ, କୃଷକ, ଶ୍ରମିକ ତଥା ମହିଳାମାନଙ୍କ ପରିସ୍ଥିତିରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ । ଓଲୋଟା ସରକାରୀ ଦଳର ଦୁର୍ନିତି ଓ ପ୍ରିୟାପ୍ରିତି ତୋଷଣ ଯୋଗୁଁ ଗରିବ ଲୋକ କଣ ସାଧାରଣ ଜନତା ମଧ୍ୟ ବହୁତ ହନ୍ତସନ୍ତ ହେଉଛନ୍ତି । ମୋର ବିଶ୍ୱାସ ଦେଓଗାଁବାସୀ ନୀରବ ନରହି ଏଥର ଏହାର ଉଚିତ ଜବାବ ଦେବେ । ଦେଓଗାଁର ସର୍ବାଙ୍ଗିନ ଉନ୍ନତି ପାଇଁ ଜନତାଙ୍କୁ ଏଠାରେ ଜିଲ୍ଲା ପରିଷଦ ସହିତ ବ୍ଲକରେ ମଧ୍ୟ ପରିବତ୍ତର୍ନ ଆଣିବାକୁ ହେବ । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଂଚଳବାସୀ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ମୁକ୍ତାଦେଇ ତାଣ୍ଡିଙ୍କୁ ହାତ ଚିହ୍ନରେ ବହୁ ମାତ୍ରାରେ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ଆଜି ଦେଓଗାଁ ବ୍ଲକରେ ନିର୍ବାଚନୀ ପ୍ରଚାର ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନତାଙ୍କୁ ଆହ୍ୱାନ କରିଛନ୍ତି ।
ଆଜି ୧୩ନଂ ଜୋନର ରତନପୁର, ଅର୍ଡା, ଗାଇବାହାଲ, ଦେଓଗାଁ, ଜରାସିଂହା, ଚନ୍ଦ୍ରପୁର, ଜମାଦାରପାଲି, ବରକାନୀ, କୁଲିଆବାହାଲ, ଡୁଙ୍ଗୁରିପାଲି ଓ ସାଲେପାଲି ଗାଁରେ ମୁକ୍ତାଦେଇଙ୍କ ପାଇଁ ଏକ ମାରାଥନ ନିର୍ବାଚନ ପ୍ରଚାର ସମୟରେ ବିଧାୟକ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଦିର୍ଘ ଦିନର ନିଷ୍କ୍ରିୟତା ଓ ଅପାରଗତାରୁ ବିରକ୍ତ ହୋଇ ଗତ ୨୦୧୪ ମସିହାରେ ବଲାଙ୍ଗିରବାସୀ ଏକ ରାଜନୈତିକ ପରିବର୍ତ୍ତନ ଅଣିଥିଲେ । ତାପରେ ବଲାଙ୍ଗିରର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପନୀୟ ଜଳ ତଥା କ୍ରୀଡା ଭିତ୍ତିଭୂମୀ ରେ ଅନେକ ବିକାଶ ହୋଇଥିବା ଲୋକେ ଠିକ ଭାବେ ଅନୁଭବ କରିଥିବେ । ଠିକ ସେହିପରି ଏଅଂଚଳରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ଏଠାରେ ମଧ୍ୟ ଏକ ବଡ ରାଜନୈତିକ ପରିବତ୍ତର୍ନ ଅବଶ୍ୟକ । ତେଣୁ ଏଥର ଦେଓଗାଁବାସୀ କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ବ୍ଲକର ନେତୃତ୍ୱରେ ପରିବର୍ତ୍ତନ ଆଣନ୍ତୁ । ଦେଖିବେ ଅଂଚଳ ନିଶ୍ଚୟ ବିକଶିତ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ମାରାଥନ ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟ କଂଗ୍ରେସ ଉପ ସଭାପତି ଯଜ୍ଞଶ୍ୱର ବାବୁ, କାର୍ଯ୍ୟକାରିଣୀ ସଦସ୍ୟ ଉମାକାନ୍ତ ପଣ୍ଡା, ଜମିଦାର ଦୁର୍ଗା ସିଂଦେଓ, ପପ୍ପୁ ପାତ୍ର, ଅସିତ ମିଶ୍ର, ଅନ୍ତ ବେହେରା, ପବିତ୍ର ବେହେରା,ଅଙ୍କିତ ସାହୁ, ଲୁନା ସାହୁ ଓ କାଲସାଏ କର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.