ନିଜେ ଟଙ୍କା ବାଣ୍ଟି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି ବିଜେପି: ବିଜେଡି

0
  • ଲୋକଙ୍କ ନଜର ହଟାଇବାକୁ ବିଜେପିର ପ୍ରାୟୋଜିତ ନିର୍ବାଚନୀ ହିଂସା

  • ଓଡିଶାର ନାରୀ ଶକ୍ତିଙ୍କୁ ବଦନାମ କରୁଛି ବିଜେପି

ଭୁବନେଶ୍ୱର: ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି ବୋଲି ଗଣମାଧ୍ୟମରେ ଏହା ସ୍ପଷ୍ଟ ଦେଖାଯାଉଛି ଏବଂ ଦେବଗଡ଼ର ବିଜେପି ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏହି ସନ୍ଦେହଜନକ ୩ ଲକ୍ଷ ଟଙ୍କା ବିଜେପିର ନିର୍ବାଚନୀ ଅର୍ଥ ବୋଲି ଦାବି କରୁଛନ୍ତି । ଏହା ଦର୍ଶାଉଛି ଯେ ଏହି ନିର୍ବାଚନରେ ବିଜେପି କେତେ ଟଙ୍କା ବଣ୍ଟନ କରୁଛି, କାରଣ ଏହି ନିର୍ବାଚନରେ ସେମାନେ ହାରିବା ନିଶ୍ଚିତ ଥିବା ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ଯେ ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହି ନିର୍ବାଚନରେ ଓଡିଶା ବିଜେପି ନିକଟରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ସେ ବିଜେଡି ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ଏବଂ ପ୍ରାୟୋଜିତ ନିର୍ବାଚନୀ ହିଂସାକାଣ୍ଡ ଭିଆଇ ଓଡିଶା ଲୋକଙ୍କ ନଜର ହଟାଉଛନ୍ତି ।
ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଠାରୁ ଅତି ଶୋଚନୀୟ ଭାବେ ହାରିବା ଜାଣିବା ପରେ ଓଡିଶା ବିଜେପି ଅତ୍ୟନ୍ତ ଭୟଭୀତ ହୋଇଛି ଏବଂ ଆଜିର ସାମ୍ବାଦିକ ସମ୍ମିଳନୀରେ ମହିଳା ଏସ୍ଏଚଜି , ମିଶନ ଶକ୍ତି ଏବଂ ଓଡିଶାର ସଶକ୍ତ ମହିଳାଙ୍କୁ ବଦନାମ କରିଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

Leave A Reply

Your email address will not be published.