କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ଓଡ଼ିଶାରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରହିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋ ଜୋନ୍ ସ୍ଵାଧୀନ ପ୍ରାର୍ଥୀ ବେଶ୍ ଚର୍ଚ୍ଚାରେ ନିର୍ବାଚନ ପ୍ରଚାର ସମୟରେ କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ସନ୍ତୋଷ କୁମାର ଵଚା ଯାଇଥିବା ବେଳେ ଏ ଜଗଦମ୍ବା ଘରକୁ ଯାଇଥିଲେ ଏ ଜଗଦମ୍ବା ଙ୍କ ର ତିନୋଟି ପୁତ୍ର ରହିଛନ୍ତି ତାଙ୍କ ମଧ୍ୟରୁ ସବୁଠୁ ସାନ ପୁଅ ହେଲେ ଏ ଗୌରୀ ଯୁବକ ବୟସରେ ମେରୁଦଣ୍ଡ ରେ ଆଘାତ ହେବା ପରେ ଦୁଇଟି ଗୋଡ଼ ଅକାମ ହୋଇ ଯାଇଛି ଯାହା ଫଳରେ ଠିଆ ହେବା ତ ଦୂରର କଥା ନିଜେ ଉଠି ବସି ପାରୁ ନାହାନ୍ତି ଏକ ମାତ୍ର ହୁଇଲ୍ ଚେର୍ ସାହାରା ହୋଇଥିବା ବେଳେ ସାଙ୍ଗରେ କିଏ ରହି ତାଙ୍କର ସେବା କରିବାକୁ ପଡୁଛି । ଆଜି ପର୍ଯ୍ୟନ୍ତ ଅନେକ ମେଡିକାଲ୍ ମେଡିକାଲ୍ ଯାଇ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଲା ପରେ ବି ତାଙ୍କର ସ୍ଵାସ୍ଥ୍ୟବସ୍ଥା ରେ ସୁଧାର ଆସୁନାହିଁ ଯେତିକି ଟଙ୍କା ଥିଲା ସବୁ ତାଙ୍କ ପାଇଁ ଖର୍ଚ୍ଚ ହୋଇଗଲା ଆହୁରି ଅଧିକା ଟଙ୍କା ନ ଥିବାରୁ ସେ ଭାଗ୍ୟକୁ ଆଦରି ଘରେ ବିଛଣାରେ ପଡ଼ି ଛୋଟ୍ ପୋଟ୍ ହେଉଛନ୍ତି କିଛି ଦିନ ତଳେ ସନ୍ତୋଷ କୁମାର ଵଚା ଗୌରୀ ଙ୍କ ବିଷୟରେ ଖବର ପ୍ରକାଶ କରିଥିଲେ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ କରା ହେବ ବୋଲି ଆଶା ଥିଲା କିନ୍ତୁ କିଛି ବି ଫଳପ୍ରଦ ହେଲା ନାହିଁ ଯେମିତି କୁ ସେମିତି ଅବସ୍ଥାରେ ହିଁ ତାଙ୍କ ଦିନ ଗଡ଼ିଲା ଆଜି ସନ୍ତୋଷ କୁମାର ଗୌରୀ ଙ୍କ ଅବସ୍ଥା ବୁଝିବା ସହ ତାଙ୍କୁ ସହଯୋଗ ପାଇଁ ଜନ ସାଧାରଣ ଙ୍କୁ ଆର୍ଥିକ ସହଯୋଗ ପାଇଁ ନିବେଦନ କରିଛନ୍ତି ତାସହ ତାଙ୍କ ନେତୃତ୍ଵରେ ସମୂହ ଚାନ୍ଦା ଆଦାୟ କରି ଏହି ପରିବାର କୁ ଦିଆଯିବ ବୋଲି କହିଛନ୍ତି ଏଇ ନିର୍ବାଚନରେ ଅନେକ ଦଳର ପ୍ରଚାର ସହ ସହ କର୍ମୀ ବାଇକ୍ ଓ ବୋଲେରୋ ରେ ବିଶାଳ ରାଲି କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ବାଧୀନ ପ୍ରାଥି ଙ୍କ ନିଆରା ପ୍ରଚାର କରୁଛନ୍ତି ସୀମିତ ଲୋକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ମତଦାନ ପାଇଁ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି। ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଗାଁ ଗାଁ କୁ ଯାଇ ଟଙ୍କା ବାଣ୍ଟିବାର ଖବର ଆସୁଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଙ୍କ ଏହି ଚେଷ୍ଟା ପାଇଁ ଲୋକେ ତାଙ୍କୁ ଧନ୍ୟବାଦ୍ ଦେବା ସହ ଏଭଳି ନେତା ଜିତିଲେ ଲୋକଙ୍କ ପାଇଁ ଠିକ୍ କାମ କରିବେ ବୋଲି କହିଛନ୍ତି
Sign in
Sign in
Recover your password.
A password will be e-mailed to you.
Prev Post