ଭୁବନେଶ୍ୱର / ସମ୍ବଲପୁର: ଓଡ଼ିଶା ପୋଲିସ ସମ୍ବଲପୁର ଏବଂ ହିଣ୍ଡାଲକୋ ପକ୍ଷରୁ ମିଳିତ ଭାବରେ ହୀରାକୁଦସ୍ଥିତ ମୁଖ୍ୟ କଲୋନି କମ୍ୟୁନିଟି ହଲ୍ଠାରେ ସଂପ୍ରତି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୨୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ ଶିବିରକୁ ସମ୍ବଲପୁର ଏସ୍ପି ଶ୍ରୀ ବି ଗଙ୍ଗାଧର ଉଦ୍ଘାଟନ କରିଥିଲେ । ଏହି ଅବସରରେ ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ଶ୍ରୀ କୈଳାଶ ପାଣ୍ଡେ, ହୀରାକୁଦ ଏସ୍ଡିପିଓ ଶ୍ରୀ ସତ୍ୟବ୍ରତ ଦାଶ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ହୀରାକୁଦ ଥାନା ଆଇଆଇସି ଶ୍ରୀମତୀ ଯାଜ୍ଞସେନୀ ନାୟକ, ଏଫଆର୍ପି ମୁଖ୍ୟ ଶ୍ରୀ ସୁରଜିତ ମିତ୍ର, ହିଣ୍ଡାଲକୋ ସ୍ମେଲ୍ଟର ମୁଖ୍ୟ ଶ୍ରୀ ଦେବାଶିଷ ମଲ୍ଲିକ, ଶକ୍ତି କେନ୍ଦ୍ର ମୁଖ୍ୟ ଶ୍ରୀ ପ୍ରାଜଲ ପାଠକ, ହିଣ୍ଡାଲକୋ କ୍ଲଷ୍ଟର ଫାଇନାନ୍ସ ମୁଖ୍ୟ ଶ୍ରୀ ଶ୍ରୀନାଥ ମିଶ୍ର, ହିଣ୍ଡାଲକୋ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁବ୍ରତୋ ଚାଟାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରକ୍ତଦାତାଙ୍କୁ ଉତ୍ସାହିତ କରି ସମ୍ବଲପୁର ଏସ୍ପି ଶ୍ରୀ ଗଙ୍ଗାଧର କହିଲେ ଯେ, “ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୁର୍ଲାସ୍ଥିତ ଭିମ୍ସାରରେ ରକ୍ତର ଘୋର ଅଭାବକୁ ଲକ୍ଷ୍ୟକରି ଏବଂ ସମ୍ବଲପୁର ଜିଲାର ଜନସାଧାରଣ ଏହାଦ୍ୱାରା ସମ୍ମୁଖୀନ ହେଉଥିବା ଜଟିଳ ପରିସ୍ଥିତିକୁ ବିଚାର କରି ମୁଁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବାକୁ ହିଣ୍ଡାଲକୋକୁ ଅନୁରୋଧ କରିଥିଲି, କାରଣ ଏହିଭଳି ବିଶାଳ ଶିବିର ଆୟୋଜନ କରିବାରେ ହିଣ୍ଡାଲ୍କୋର ବିଶେଷ ଅଭିଜ୍ଞତା ରହିଛି । ହିଣ୍ଡାଲକୋ ମଧ୍ୟ ଆଗେଇ ଆସି ସ୍ୱଳ୍ପ ସମୟ ମଧ୍ୟରେ ଏହିଭଳି ଏକ ବିଶାଳ ଶିବିର ଆୟୋଜନ କରିଛି ।” ଏଥିପାଇଁ ସେ ହିଣ୍ଡାଲକୋ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ମଧ୍ୟ ଏହିଭଳି ମହତ କାର୍ଯ୍ୟରେ ଭବିଷ୍ୟତରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଅଭିଭାଷଣରେ ଶ୍ରୀ କୈଳାସ ପାଣ୍ଡେ ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା, କ୍ଲବ ସଦସ୍ୟବୃନ୍ଦ ଏବଂ ମହିଳା ସଂଘର ସଦସ୍ୟାମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏଭଳି ଏକ ମହତ କାର୍ଯ୍ୟରେ ହୀରାକୁଦ ପୋଲିସର ପୂର୍ଣ୍ଣ ସମର୍ଥନକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ରକ୍ତଦାତାମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଏହି ଶିବିର ହିଣ୍ଡାଲକୋ ହୀରାକୁଦର ମାନବ ସମ୍ବଳ ମୁଖ୍ୟ ଶ୍ରୀ କ୍ରିଷ୍ଣ ପାଢୀଙ୍କ ସକ୍ରିୟ ସମନ୍ୱୟ ରକ୍ଷା ସହିତ ଆୟୋଜିତ ହୋଇଥିଲା ।
ଏଥିରେ ହୀରାକୁଦ ପୋଲିସର ସମସ୍ତ ଅଧିକାରୀ ଓ କର୍ମଚାରୀ, ହିଣ୍ଡାଲକୋ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ହିଣ୍ଡାଲକୋ ସିଏସଆର ବିଭାଗର କର୍ମଚାରୀମାନେ ସୁସମନ୍ୱୟ ରକ୍ଷା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post