ବାସୁଦେବପୁର/ପ୍ରତାପ ପାଢ଼ୀ – ସରଗରମ ହେଲାଣି ନିର୍ବାଚନ ପ୍ରଚାର| ବାସୁଦେବପୁରରେ ମଧ୍ୟ ଦେଖିବାକୁ ମିଳୁଛି ବିଭିନ୍ନ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଜୋନରେ ପ୍ରଚାର। ଏହି ପ୍ରଚାରକ୍ରମରେ ବାସୁଦେବପୁର ବିଧାୟକ ଶ୍ରୀ ବିଷ୍ଣୁ ବ୍ରତ ରାଉତରାୟ ବିଭିନ୍ନ ପଞ୍ଚାୟତ କୁ ଯାଇ ମାରାଥନ୍ ପ୍ରଚାର ଚଳାଇଛନ୍ତି ବିଜେଡ଼ିର ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ। ବାସୁଦେବପୁର ସୁଗୋ ଓ ଅରନ୍ଦୁଆ ପଞ୍ଚାୟତରେ ପ୍ରଚାର କରି ଦଳ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ସୁଗୋ ପାଇଁ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଚିନ୍ତାମଣି ନାୟକ ଓ ସମିତି ସଭ୍ୟ ପ୍ରାର୍ଥୀ ଯୋଗେନ୍ଦ୍ର ନାୟକ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟ କୃଷ୍ଣ ନାୟକ, ଅରନ୍ଦୂଆ ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ପଦ୍ମାବତୀ ମହାନ୍ତି, ସମିତି ସଭ୍ୟ ପ୍ରାର୍ଥୀ ରମାକାନ୍ତ ଦାସ, ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟନ୍ତୀ ବାରିକଙ୍କ ପାଇଁ ଘର କୁ ଘର ଯାଇ ପ୍ରଚାର କରିବା ସହ ବିଭିନ୍ନ ସ୍ଥାନ ରେ ପଥ ପ୍ରାନ୍ତ ସଭାରେ ଯୋଗ ଦେଇ ସପକ୍ଷ ରେ ଭୋଟ ନେବାକୁ ପ୍ରଚାର କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post