ପଲ୍ଲୀ ସଂସ୍କୃତିକଳା ପରିଷଦ ଗୃହରେ ଚିଲିକା ବିଧାୟକ ଓ ବିଜେପି ନେତାଙ୍କ ମଧ୍ୟରେ ବଚସା

0

ଖୋର୍ଦ୍ଧା (ସେକ କୌଶର ) ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବଜାର ସ୍ଥିତ ପଲ୍ଲୀ ସଂସ୍କୃତି ପରିଷଦ ଗୃହଟି ସ୍ଥାନୀୟ ଅଞ୍ଚଳର ପାଠଗାର ହିସାବରେ କାର୍ଯ୍ୟକାରୀ ହୋଇଥାଏ ।ଆଜି ସକାଳେ ଏହି ଗୃହରେ କିଛି ବିଜେପି ପତାକା ଥିବାର ଖବର ପାଇ ବିଧାୟକ ପ୍ରଶାନ୍ତ ଜଗଦେଵ ନିଜ କର୍ମୀ ମାନଙ୍କୁ ନେଇ ସେଠାରେ ପହଞ୍ଚିଥିଲେ ।ଏହି ପରିଷଦର ସଭାପତି ଦୁଷ୍ମନ୍ତ ହରିଚନ୍ଦନ ଦାଇତ୍ଵରେ ଥିବାରୁ ବିଧାୟକ ଶ୍ରୀ ଜଗଦ୍ଦେବ ପରିଷଦ ମଧ୍ୟରେ କାହିଁକି ପ୍ରବେଶ କଲେ ଏହାର ବିରୋଧ କରିଥିଲେ ଏବଂ ବିଧାୟକ ଏଠାରୁ ଚାଲିଯିବା ପାଇଁ କଟୁ ସମାଲୋଚନା କରିବାରେ ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା ଏପରିକି ଉଭୟେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।ଖବର ପାଇ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ଓ ବାଣପୁର ତହସିଲଦାର କୁଞ୍ଜନାଥ ଜେନାଙ୍କ ମିଳିତ ନେତୃତ୍ୱରେ ପୋଲିସ ଫୋର୍ସ ପହଞ୍ଚି ଏକ ବଡଧରଣର ସଙ୍ଘର୍ଷକୁ ଏଡାଇ ଦେଇଥିଲେ ।ଉଭୟ ରାଜନୈତିକ ଦଳର ନେତା କିମ୍ବା କର୍ମୀ ଏହି ସଂସ୍କୃତିକ ପରିଷଦର ଗୃହ ଓ ପରିସର ମଧ୍ୟରେ ମାର୍ଚ୍ଚ ୫ତାରିଖ ମଧ୍ୟରେ ପ୍ରବେଶ କରିପାରିବେନି ବୋଲି ପ୍ରଶାସନ କଡା ନିର୍ଦ୍ଦେଶ ଦେବାପରେ ଘଟଣା ସ୍ଥଲରୁ ସମସ୍ତେ ହଟିଯିବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.