ବାବା ବୁଢ଼ା କ୍ରିକେଟ ଉଦଯାପିତ: ଭେଉଁରିଆ ଚାମ୍ପିଅନ ।

0

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ନିକଟସ୍ଥ ପୁଢେରଖାର ଠାରେ ବି.ସି.ସି. ଦ୍ଵାରା ଆୟୋଜିତ ୫ମ ବାବା ବୁଢ଼ା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଭେଉଁରିଆ ଦଳ ସର୍ଗିବାହାଲ ଦଳକୁ ହରାଇ ଚମ୍ପିୟାନ ହୋଇଥିଲେ। ଉଦଯାପନୀ ଉତ୍ସବରେ ରହିତ ରଣା ମୁଖ୍ୟ ଅତିଥି ରୂପେ ଏବଂ ସୋନୁ ପାଣ୍ଡେ ,ତ୍ରିଲୋଚନ ନନ୍ଦିଘୋଷ, ଜୟନ୍ତ ମହାନନ୍ଦ , କଳ୍ପ ଦୀପ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ୧୦,୦୦୦ ଟଙ୍କା ଓ ଉପବିଜେତା ଦଳକୁ ୬,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଭେଉଁରିଆ ଦଳର ସଚିନ ଙ୍କୁ ମେନ ଅଫ ଦି ମେଚ ଓ ଭେଉଁରିଆ ଦଳର ସୁନିଳ ଙ୍କୁ ମେନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ । ଅମ୍ପାୟାର ପିଣ୍ଟୁ, ରାଧାକାନ୍ତ, ଈଶ୍ୱର ଓ କମ୍ବୁପାଣି ଅମ୍ପାୟାରିଂ ଏବଂ ଉପେନ୍ଦ୍ର ଓ ନିର୍ମଲ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଆନନ୍ଦ ଓ ସମିର ଧାରାବିବରଣୀ ପ୍ରଦାନ କରିଥିଲେ। ସୁମିତ, ଅମିତ୍, ନୟନ, ନବୀନ, ରାହୁଲ, ସମୀର, ଅମୂଲ୍ୟ, ଦିଳସନ, , କମଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ସଭାପତି ପିଣ୍ଟୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.