ଦୁର୍ଘଟଣା ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ସକାଶେ ଇଣ୍ଡିଆନ ରେଡକ୍ରସ ସହିତ ହାତ ମିଳାଇଲା ଏଏମ/ଏନଏସ ଇଣ୍ଡିଆ

0

ଭୁବନେଶ୍ୱର:- ଆର୍ସେଲର ମିତ୍ତଲ-ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ଇଣ୍ଡିଆ)ସଡ଼କ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼, ଇଣ୍ଡିଆନ ରେଡକ୍ରସ ସୋସାଇଟି ଜିଲ୍ଲା ଶାଖା ସହିତ ହାତମିଳାଇଛି ।ଏହିକ୍ରମରେ ଏଏମ୍ଏ ନ୍ଏସ୍ଇଣ୍ଡିଆଫାଇନ୍ସାସିଆଲ୍ ଆସିଷ୍ଟାନ୍ସ ଟୁ ରୋଡ୍ ଆକ୍ସିଡେଣ୍ଟ ଥ୍ରୁ ହେଭି ଭେଇକେଲ୍ (ଏଫ୍ଏଆରଏଏଚ )ପ୍ରକଳ୍ପ ପାଇଁ ୩୦ ଲକ୍ଷ ଟଙ୍କା ଇଣ୍ଡିଆନ ରେଡକ୍ରସ ସୋସାଇଟିକୁ ପ୍ରଦାନ କରିଛି ।  ଏଏମ୍/ଏନ୍ଏସ୍ଇଣ୍ଡିଆ ସିଏସଆର ଲିଡ୍ ଜିତେଶ ରଥ ସୁନ୍ଦରଗଡ଼ ଡେପୁଟି କଲେକ୍ଟର ଶ୍ରୀମତୀ କୁନ୍ତି ରାଣୀ ନାୟକଙ୍କୁ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ଏଫ୍ଏଆରଏଏଚ ପ୍ରକଳ୍ପ ଅଧିନରେ ଥିବା ଏହି ଅର୍ଥରାଶିକୁ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ଚିକିତ୍ସା, ଆହତମାନଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଭାରୀ ଯାନ ଦ୍ୱାରା ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପାଇଁ ବ୍ୟବହାର କରାଯିବ ।ଏହି ପ୍ରକଳ୍ପ ମାଧ୍ୟମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କ୍ଷେତ୍ରରେ ୪ଲକ୍ଷ ଟଙ୍କା ,ସ୍ଥାୟୀ ଅକ୍ଷମତା ହୋଇଥିବା ଲୋକଙ୍କୁ ୨ ଲକ୍ଷ, ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ପାଇଁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।ଏହି ପ୍ରକଳ୍ପ କ୍ଷତିପୂରଣ ମାଧ୍ୟମରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ଜୀବିକାକୁ ସହଯୋଗ କରିବଏବଂ ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସାହାଯ୍ୟ କରିବ ।
ସଂସ୍ଥାର ଏହି ଉଦ୍ୟୋଗ ବିଷୟରେ ସୁନ୍ଦରଗଡ଼ ଡେପୁଟି କଲେକ୍ଟର ଶ୍ରୀମତୀ କୁନ୍ତିରାଣୀ ନାୟକ କହିଛନ୍ତି “ସିଏସ୍ଆରମାଧ୍ୟମରେଏହି ଉତମ ପ୍ରୟାସର ଉଦ୍ଦେଶ୍ୟକୁ ସମର୍ଥନ ପାଇଁ ଆମେ ଆର୍ସେଲର ମିତଲ ନିପ୍ପନ୍ ଷ୍ଟିଲ୍ଇଣ୍ଡିଆକୁ ଧନ୍ୟବାଦ ଦେଉଛୁ ।ଏହି ଆର୍ଥିକ ସହାୟତା ନିଶ୍ଚିତ ଭାବରେ ସଡ଼କ ଦୁର୍ଘଟଣା ପୀଡ଼ିତ ଏବଂ ସେମାନଙ୍କ ପରିବାରକୁ ସମ୍ମାନର ସହିତ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବ ।”

Leave A Reply

Your email address will not be published.