ଆହୁଜା ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି

0

ନୂଆଦିଲ୍ଲୀ(ଶାସକ ପ୍ରଶାସକ) କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡିଶା କ୍ୟାଡର ଆଇଏଏସ ଦମ୍ପତ୍ତି ଶ୍ରୀ ମନୋଜ ଆହୁଜା ଓ ଆରତୀ ଆହୁଜାଙ୍କୁ କେନ୍ଦ୍ର ସରକାରରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ | କେନ୍ଦ୍ର ସରକାରଙ୍କ ଅଧୀନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳରେ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ର ଅନୁମୋଦନ ପରେ ଆଜି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମ୍ପ୍ରତ୍ତି ସିବିଏସଇ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ୧୯୯୦-ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ମନୋଜ ଅହୁଜାଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ଓଏସଡି ସଚିବ ଭାବରେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ କୃଷି କୃଷକ ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟରତ ସଞ୍ଜୟ ଅଗ୍ରୱାଲ ୩୧ ମାର୍ଚ୍ଚ, ୨୦୨୨ରେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଶ୍ରୀ ଆହୁଜା ନୂତନ ସଚିବ ଭାବେ ଅବସ୍ଥାପିତ ହେବେ |
ସେହିଭଳି, ସମ୍ପ୍ରତ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ୧୯୯୦ -ବ୍ୟାଚର ଆଇଏଏସ ଅଫିସର ଆରତୀ ଆହୁଜା ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ କେମିକାଲ୍ସ ଆଣ୍ଡ ପେଟ୍ରୋ-କେମିକାଲ୍ସ ବିଭାଗର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି |

Leave A Reply

Your email address will not be published.