ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ।

0

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀ ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଟିତ ହୋଇ ଯାଇଛି | ଏହି ଅବସର ରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର) ଙ୍କ ଘର ରୁ ପୂଜା ସାମଗ୍ରି ଭାର ଧରି ଗ୍ରାମବାସୀ ମାନେ ମନ୍ଦିର କୁ ଆସିଥିଲେ ଏବଂ ପୂଜନ କାର୍ଯ୍ୟ ସାରି ଗ୍ରାମର ଗୌନ୍ତିଆ ଉପେନ୍ଦ୍ର ବରିହା ମନ୍ଦିର ନିର୍ମାଣ ପାଇଁ ସୁଭାରମ୍ଭ କରିଥିଲେ | ଏହି ଅବସର ରେ ପାଞ୍ଚ ଖଣ୍ଡ ଗ୍ରାମର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ଏବଂ ଦହିଗାଁ ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀନୀ ଭାବରେ ଛିଡା ହୋଇଥିବା ପ୍ରତୈକ ପ୍ରାର୍ଥୀନୀ ଉପସ୍ଥିତ ରହି ଆଶିର୍ବାଦ କାମନା କରିଥିଲେ | ବିରେନ ଦାଶ,ଗଜାନନ୍ଦ ବୁଡେକ,ପ୍ରକାଶ ଦାଶ୍,ଟିକେଶ୍ବର ବରିହା,ପ୍ରଫୁଲ୍ଲ ବୁଡେକ,ଯୁବ ସମ୍ବାଦିକ ସୁରେନ୍ଦ୍ର ମେହେର,ଧନୁ ବରିହା,ପରମେଶ୍ବର ଦାଶ,ନାରେନ ପୋଢ,ଡିଲେ ଖମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିଲେ

Leave A Reply

Your email address will not be published.