ଓଜେୟୁ ପୁରୀ ଶାଖା ପକ୍ଷରୁ ସାମ୍ବାଦିକ ସ୍ୱର୍ଗତ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲାତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳୀ

0

ପୁରୀ/ଅନିମେଶ ପଟ୍ଟନାୟକ,: ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ସଦସ୍ୟ ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଅନୁରୁପ ଭାବେ ସୁର ସାମ୍ରାଜ୍ଞୀ ସ୍ୱର୍ଗତ ଲତା ମଙ୍ଗେସକରଙ୍କୁ ମଧ୍ୟ ସିଂହଦ୍ୱାର ଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।
ରବିବାର ସନ୍ଧ୍ୟାରେ ଓଜେୟୁର ପୁରୀ ଶାଖା ପକ୍ଷରୁ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ସ୍ୱର୍ଗତ ରୋହିତ ଓ ଲତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଅଛି। ପରେ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ପାଖରେ ଦୀପ ଦାନ କରାଯାଇଅଛି।
ପ୍ରକାଶ ଥାଉକି, ଶନିବାର ଦିନ ୧୦ଟା ସମୟରେ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ଏକ ଖବରକାଗଜ ସାମ୍ବାଦିକ ରୋହିତ ବିଶ୍ୱାଳ, ଦୁଲେନ ଠାରେ ରାସ୍ତା ପାର୍ଶ୍ଵ ଗଛରେ ମାଓବାଦୀମାନେ ପୋଷ୍ଟର ମାରିଥିବା ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁଧାଂଶୁ ଶେଖର କର, ଉପସଭାପତି ବିଶ୍ଵନାଥ ମିଶ୍ର, ସଂଗଠନ ସମ୍ପାଦକ ନିରଞ୍ଜନ ମିଶ୍ର, ସହ ସମ୍ପାଦକ ଦେବେନ୍ଦ୍ର କୁମାର ନନ୍ଦ (ରୁବି), କୋଷାଧ୍ୟକ୍ଷ ସାଗର ମଦନ ମୋହନ ପ୍ରତିହାରୀ, ସୁଶାନ୍ତ କୁମାର ସାହୁ, ଅନିମେଶ ପଟ୍ଟନାୟକ, ସଞ୍ଜୟ ଅଗ୍ରୱାଲ, ଡ଼ି.ପି ଗାଙ୍ଗୁଲି, ଅକ୍ଷୟ ସ୍ୱାଇଁ, ସୁବୋଧ କୁମାର ସୁବୁଦ୍ଧି, ପ୍ରଦୀପ ପ୍ରଧାନ, ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.