ଭଞ୍ଜନଗର : ଶନିବାର ଦିନ ୧୦ଟା ସମୟରେ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ଏକ ଖବରକାଗଜ ସାମ୍ବାଦିକ ରୋହିତ ବିଶ୍ୱାଳ ଦୁଲେନ ଠାରେ ରାସ୍ତା ପାର୍ଶ୍ଵ ଗଛରେ ମାଓବାଦୀମାନେ ପୋଷ୍ଟର ମାରିଥିବା ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ।ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ରବିବାର ଉତ୍କଳ ସାମ୍ବାଦିକ ସଂଘ ଓ ଭଞ୍ଜନଗର ପୋଲିସ ମିଳିତ ଭାବେ ଏକ ଶୋକ ସଭାର ଆୟୋଜନ କରିଥିଲେ।ଏଥିରେ ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଦିନରାତି କଠିନ ପରିଶ୍ରମ କରି ସମାଜର କଲ୍ୟାଣ ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ବାସ୍ତବରେ ନିନ୍ଦନୀୟ ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ କହିଥିଲେ।ସେହିପରି ଯେକୌଣସି ପରିସ୍ଥିତିରେ ଖବର ସଂଗ୍ରହ ପାଇଁ ଅନେକ ସାମ୍ବାଦିକଙ୍କୁ ବଳିଦାନ ଦେବାକୁ ପଡୁଛି ୟୁଜେଏ ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା କହିଥିଲେ।ଏଥିରେ ୟୁଜେଏର ସହ ସମ୍ପାଦକ ନିଲୁ ବିଷୋୟୀ, ବ୍ଲକ ସଂଯୋଜକ ନଚିକେତ ପ୍ରଧାନ, ପରୁଷୋତ୍ତମ ମହାପାତ୍ର, ଗିରିଶ ସାହୁ, ଆଶିଷ କୁମାର ଗୌଡ଼, ସୁଜିତ ବିଷୋୟୀ, ଗୋବିନ୍ଦ ଚନ୍ଦ୍ର ଗୌଡ଼, ଦୁଷ୍ମନ୍ତ ପ୍ରଧାନ ଓ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି ସ୍ବର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.