ଅସ୍ତରଙ୍ଗ(ଦୁଃଶାସନ ନାୟକ) ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ସମୁଦ୍ରରେ, ଅଲିଭରିଡ଼ଲଙ୍କ ମେଟିଙ୍ଗି ପରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଅଛି । ଏହି ପରିପ୍ରେକ୍ଷୀରେ କେତେକ କଁଇଚ ସମୁଦ୍ରର ଅଥଳ ଜଳରାଶି ଛାଡି ନଦୀ ମୁହାଁ ହୋଇ ଥିବା ଦେଖିବାକୁ ମିଳିଅଛି । ଛୁରିଆନା ଜି ପି ର, କଣମଣ ବ୍ରିଜ ତଳେ ଜଣେ ବ୍ୟକ୍ତି ବିଲିଟି ଜାଲ ପକାଇ ମାଛ ଧରିବାକୁ ଯାଉଥିବା ବେଳେ ତାଙ୍କ ଜାଲରେ ଏକ ବିଶାଳ କାୟ କଁଇଚ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାର ଓଜନ 50 କିଲୋରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଥିଲା । କିଛି ଲୋକଙ୍କୁ ଡାକି ବହୁ କଷ୍ଟରେ ତାଙ୍କର ନିଜ ଡଙ୍ଗାକୁ ଆଣି ଥିଲେ ମଧ୍ୟ କଁଇଚଟି ଡଙ୍ଗାରେ ରହି ଗର୍ଜନ ତର୍ଜନ କରିଥିଲା । ଯାହା ଫଳରେ କି ଡଙ୍ଗାରୁ ଉଦ୍ଧାର କରି ଲୁଣା ନଦୀରେ ଛାଡିବା ପାଇଁ କେହି ସାହସ କରିପାରି ନଥିଲେ । ସ୍ଥାନୀୟ କେତେକ ସାହସୀ ଯୁବକ ଡଙ୍ଗାକୁ ଆସିବ ସହ ସାମ୍ବାଦିକ ଦୁଃଶାସନ ନୟକ, ତାଙ୍କ ଭାଇ ପ୍ରଭଞ୍ଜନ ନୟକ ,ପ୍ରତାପ କାଣ୍ଡି, ରାଜୁ ପରିଡା,ଶିବ କାଣ୍ଡି ଆଦି ଡଙ୍ଗାକୁ ଯାଇ ବହୁ କଷ୍ଟରେ ଅତି ସତର୍କତା ସହକାରେ ଧରି ନଦୀକୁ ଛାଡ଼ିଦେଇ ଥିଲେ । ଏହି ବିରଳ ଜନ୍ତୁକୁ ଦେଖିବାପାଇଁ ବହୁ ଲୋକ ସମାଗମ ହୋଇଥିଲାବେଳେ ପାଣିରେ ପଡିଗଲା ପରେ ଅଲିଭ ରିଡ଼ଲେଟି ସୁ ସୁ ଗର୍ଜନ କରି କଣମଣ ଗ୍ରାମ ନିକଟ ଲୁଣା ନଦୀର ଅଥଳ ଜଳ ରାଶି ରେ ଦେବୀ ମୁହାଁଣ ଅଭିମୁଖେ ନ ଯାଇ ପଶ୍ଚିମ ଦିଗରେ ଥିବା କେଳୁଣୀ ମୁହାଁଣ ଅଭିମୁଖେ ଯାଉ ଥିବାର ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.