ପଞ୍ଚାୟତ ନିର୍ବାଚନ:ଭୟ ମୁକ୍ତ ଭୋଟଦାନ ନେଇ ଭୋଟରଙ୍କ ନିକଟରେ ଜଗଦଲପୁର ପୋଲିସ ର ଫ୍ଲାଗ ମାର୍ଚ୍ଚ।

0

ଝାରବନ୍ଧ-ମନୋହର ଦାଶ-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ନିରପେକ୍ଷ କରିବା ବାର୍ତ୍ତା ନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ପକ୍ଷରୁ ଝାରବନ୍ଧ ବ୍ଲକ ,ପାଇକମାଲ ବ୍ଲକ ର ଚଣ୍ଡୀଭଟା, ଜଗଦଲପୁର, ବୁକ୍ରାମୁଣ୍ଡା,ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିବା ସହ ଭୋଟର ମାନଙ୍କୁ ମତଦାନ ରେ ଭାଗ ନେବାକୁ ସଚେତନ କରାଇ ଥିଲେ।ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୂଷଣ ଭୋଇ ଙ୍କ ନେତୃତ୍ୱରେ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କଅଁର ,ଏ.ଏସ.ଆଇ ପ୍ରଦୀପ ପାଣି,ଏ.ଏସ.ଆଇ ରଜତ କୁମାର ସାମଲ,ଏ.ଏସ.ଆଇ ଜଗବନ୍ଧୁ ନାଏକ ସମେତ ବହୁ ପୋଲିସ ଭାଗ ନେବା ସହ ପଞ୍ଚାୟତ ର ବିଭିନ୍ନ ସମ୍ବେଦନଶୀଳ ଗ୍ରାମ ଗୁଡିକ ଉପରେ ଅଧିକ ଗୁରୁତ୍ୱ ଦେଇ ଯେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ର ଉଚିତ ମୁକାବିଲା କରିବା ପାଇଁ ଗୃହ ବିଭାଗ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଥିବାରୁ ପୋଲିସ ନିଜ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛି।

Leave A Reply

Your email address will not be published.