କଲ୍ୟାଣସିଂ ହପୁର :ପ୍ରଦୀପ ଦଲାଇ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ଦିନିକୀୟ ନିର୍ବାଚନ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ତହସିଲଦାର ଦେବାଶିଷ କର,ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ସୁଧାକର ରଇତ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ର, ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ,ବିପିଏମ କଳ୍ପତରୁ ବେହେରା ମଞ୍ଚାସିନ ରହି ତାଲିମ ଦେଇଥିଲେ ।ଚଳିତ ମାସ ୨୦ତାରିଖରେ ଉକ୍ତ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପଡିଥିବା ପ୍ରିଜାଇଡିଂ ଅଧିକାରୀ,ପ୍ରଥମ ପୁଲିଙ୍ଗ ଅଧିକାରୀ ମୋଟ ୨୦୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ନିର୍ବାଚନ ଆଚରଣ ବିଧି ଅନୁସାରେ କିପରି ବେଲେଟ ପେପର ଗଣତି, ବେଲେଟ ବକ୍ସ କିପରି ସିଲ କରାଯିବ,ସ୍ୱଚ୍ଛତା ଏବଂ ଦାଇତ୍ୱ ସହ ନିର୍ବାଚନପରିଚାଳନା କିପରି କରିବେ ବୁଝାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post