ପଦ୍ମପୁର ଗୋୟଲ ଟ୍ରେଡ଼ର୍ଶ ଠାରେ ଜିଏଷ୍ଟି ରେଡ଼ ।

0

ପଦ୍ମପୁର : ମହଙ୍ଗା ପଡିଲା ଜିଏସଟି ଫଙ୍କା , ଦୀର୍ଘ ଦିନ ଜିଏସଟି ଫାଙ୍କି ଟଙ୍କା ରୋଜଗାର କରିଥିବା ମହଙ୍ଗା ପଡିଛି । ବରଗଡ ଜିଲ୍ଲା ପଦ୍ମପୁର ବସନା ରୋଡ଼ ସ୍ଥିତ ଗିରିଧାରୀ ଅଗ୍ରଓ୍ବାଲଙ୍କ ଗୋୟଲ ଟ୍ରେଡ଼ର୍ଶ ଠାରେ ଜିଏଷ୍ଟି ଫାଙ୍କି ଥିବା ସନ୍ଧେହରେ ରେଡ଼ କରାଯାଇଛି। ଜିଏଷ୍ଟି ବିଭାଗର ଦୁଇଟି ଟିମ ଆଜି ସକାଳ ୧୧ ଟା ସମୟରେ ତାଙ୍କର ପଦ୍ମପୁର ବସନା ରାସ୍ତା ରେ ଥିବା ଘର ଓ ଦୋକାନରେ ରେଡ଼ କରିଛନ୍ତି।ଏହି ବ୍ୟବସାୟୀ ଲୁହା, ଛଡ଼, ସିମେଣ୍ଟ, ପ୍ଲାଷ୍ଟିକ ପାଇପ, କଲର ,ଆଜ ବେଷ୍ଟର ବ୍ୟବସାୟ କରିଥାନ୍ତି,ଜିଏଷ୍ଟି ଅଧିକାରୀ ରଜନୀକାନ୍ତ ସେଠଙ୍କ କହିବା ଅନୁସାରେ ଯେଉଁ ପରିମାଣରେ ତାଙ୍କର ବ୍ୟବସାୟ ହେଉଛି ସେହି ପରିମାଣରେ ଜିଏଷ୍ଟି ଦେୟ ହେଉ ନ ଥିବା ସନ୍ଧେହ ରେ ରେଡ଼ କରା ଯାଇଛି,ଜିଏଷ୍ଟିର ଟିକି ନିକି ଯାଞ୍ଚ ପରେ ବ୍ୟବସାୟୀ ଜଣକ ଯେଉଁ ପରିମାଣର ଜିଏଷ୍ଟି ଫାଙ୍କି ଥିବେ ସେହି ହିସାବରେ ଫାଇନ ନିଆଯିବ ବୋଲି ଅଧିକାରୀ ଜଣାଇଛନ୍ତି।

Leave A Reply

Your email address will not be published.